ଏଣିକି ଏଟିଏମ କାରବାର ଫେଲ ହେଲେ ବ୍ୟାଙ୍କ ଦେବ ଜରିମାନା । ଆରବିଆଇ ଜାରି କଲା ନିୟମ

38

ସାଧାରଣତଃ ଟଙ୍କା ଉଠାଇବା ପାଇଁ ଲୋକେ ବ୍ୟାଙ୍କ ଅପେକ୍ଷା ଏଟିଏମ ଯିବାକୁ ବେଶି ପସନ୍ଦ କରିଥାନ୍ତି । କାରଣ ଏଠାରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭଳି ଘଂଟା ଘଂଟା ଧରି କୌଣସି ଲାଇନରେ ଠିଆ ହେବାକୁ ପଡିନଥାଏ । ତେବେ ବ୍ୟାଙ୍କ ମଧ୍ୟ ଏଟିଏମ ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଉଛି । ଅଧିକାଂଶ ସମୟରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଉ ଏମାନଙ୍କ ମଧ୍ୟରେ ଗୋଟିଏ ହେଲା ଏଟିଏମରୁ ଟଙ୍କା ଉଠିନାହିଁ କିମ୍ବା ଉଠିଯାଇଛି କିନ୍ତୁ ସେ ଟଙ୍କା ଆପଣ ପାଇପାରିନାହାଁନ୍ତି କିମ୍ବା ଆପଣଙ୍କର ଖାତାରୁ ଟଙ୍କା କଟି ଯାଇଥିବ ହେଲେ ଏଟିଏମରୁ ଟଙ୍କା ଉଠି ନଥାଏ । ତେଣୁ ଏଭଳି ସ୍ଥିତିରେ ବ୍ୟାଙ୍କ ଆପଣଙ୍କର ଟଙ୍କା ୭ଦିନ ମଧ୍ୟରେ ଆପଣା ଛାଏଁ ଫେରାଇ ଦେଇଥାଏ । ଆରବିଆଇର ନିୟମ ମୁତାବକ, ଯେଉଁ ବ୍ୟାଙ୍କରେ ଆପଣଙ୍କର ଆକାଉଂଟ ରହିଛି ସେହି ବ୍ୟାଙ୍କ ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରତିଦିନ ହିସାବରେ ୧୦୦ଟଙ୍କା ଜରିମାନା ଆଧାରରେ ଦେବାକୁ ବାଧ୍ୟ । ତେବେ ପଢନ୍ତୁ କଣ ରହିଛି ଆରବିଆଇର ନୂଆ ନିୟମ ।

ଏଟିଏମରୁ ଟଙ୍କା ଉଠାଇବା ସମୟରେ ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ଗ୍ରାହକଙ୍କୁ (ଯେଉଁ ବ୍ୟାଙ୍କରେ ତାଙ୍କର ଖାତା ରହିଥିବ)ବ୍ୟାଙ୍କକୁ ଯିବାକୁ ପଡିବ । ସେଠାରେ ତାଙ୍କୁ ଏସଂପର୍କରେ ଏକ ଅଭିଯୋଗ କରିବାକୁ ପଡିବ । ଅଭିଯୋଗ କରିବାର ସପ୍ତାହକ ମଧ୍ୟରେ ଯଦି ଉକ୍ତ ଟଙ୍କା ସେ ଫେରି ନପାଆନ୍ତି ତେବେ ବ୍ୟାଙ୍କ ତାଙ୍କୁ ପ୍ରତିଦିନ ହିସାବରେ ୧୦୦ ଟଙ୍କା ଜରିମାନା ବାବଦକୁ ଦେବ । ଏହି ଜରିମାନା ସେ ପର୍ଯ୍ୟନ୍ତ ମିଳୁଥିବ ଯେପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ତାଙ୍କର ଟଙ୍କା ନମିଳିଛି । ଯଦି ୭ଦିନ ମଧ୍ୟରେ ଟଙ୍କା ଫେରିଆସେ ତେବେ ବ୍ୟାଙ୍କକୁ କୌଣସି ଜରିମାନା ଦେବାକୁ ପଡିବ ନାହିଁ । ଆରବିଆଇର ନିର୍ଦ୍ଦେଶ ରହିଛି କି ବ୍ୟାଙ୍କକୁ ଏହି ଜରିମାନା ନିଜେ ଗ୍ରାହକଙ୍କର ଖାତାରେ ଜମା କରିବାକୁ ପଡିବ । ଏଥିପାଇଁ ଗ୍ରାହକଙ୍କ ତରଫରୁ କୌଣସି ଅଭିଯୋଗ ନଆସେ । ବଡ କଥା ହେଲାକି, ଯେଉଁ ଦିନ ଫେଲ୍ଡ ଟ୍ରାନଜାକସନର ଟଙ୍କା ଫେରସ୍ତ ମିଳିବ । ସେହି ଦିନ ଜରିମାନର ରକମ ବି ବ୍ୟାଙ୍କକୁ ଆକାଉଂଟରେ ଜମା କରିବାକୁ ପଡିବ ।

କ୍ଲେମ କରିବେ କିପରି

ବ୍ୟାଙ୍କଠାରୁ ଜରିମାନା ନେବା ପାଇଁ ଟ୍ରାନଜାକ୍ସନ ଫେଲ ହେବା ପରର ୩୦ ଦିନ ମଧ୍ୟରେ ଅଭିଯୋଗ କରିବାକୁ ହେବ । ଅଭିଯୋଗ ସହିତ ଟ୍ରାନଜାକସନର ରସିଦ କିମ୍ବା ଆକାଉଂଟ ଷ୍ଟେଟମେଂଟ ବ୍ୟାଙ୍କରେ ପଇଠ କରିବାକୁ ପଡିବ । ବ୍ୟାଙ୍କ ଅଧିକୃତ କର୍ମଚାରୀଙ୍କର ନିଜର ଡେବିଟ୍ କାର୍ଡର ଡିଟେଲ୍ସ ଦେବାକୁ ପଡିବ । ଯଦି ସପ୍ତାହକ ମଧ୍ୟରେ ଆପଣଙ୍କ ଆପଣଙ୍କର ଟଙ୍କା ଫେରିପାଇନାହାଁନ୍ତି ତେବେ ଆପଣଙ୍କୁ ଏନେକ୍ସର-୫ ଫର୍ମ ପୁରଣ କରିବାକୁ ପଡିବ । ଆଉ ଯେଉଁ ଦିନ ଆପଣ ଏହି ଫର୍ମଟିକୁ ପୁରଣ କରିବେ ଆପଣଙ୍କର ଜରିମାନା ସେହିଦିନଠାରୁ ହିଁ କାର୍ଯ୍ୟକାରୀ ହେବ ।