ଆହୁରୀ ଜରୁରୀ ହେଲା ଆଧାର ! ଏଣିକି ବିନା ଆଧାର ନମ୍ବରରେ କରିପାରିବେନି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

42

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଧାର କାର୍ଡ ବର୍ତ୍ତମାନ ଉଭୟ ସରକାରୀ ଓ ବେସରକାରୀ ସେବା ପାଇଁ ଜରୁରୀ ହୋଇପଡିଛି । ମୋବାଇଲ ନମ୍ବରଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ଏବେ ଆଧାର ବିନା ଅଚଳ ହୋଇପଡିଛି । ଇତି ମଧ୍ୟରେ ପୁଣି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଆଧାର କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ହୋଇପଡିଛି ।

ସୂଚନା ମୁତାବକ, ଆଧାର କାର୍ଡ ଆପଣଙ୍କ ପାଇଁ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହେବାକୁ ଯାଉଛି । ହେଲେ ଏଥିପାଇଁ ଆପଣଙ୍କର ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ହୋଇଥିବା ନିହାତି ଆବଶ୍ୟକ । ଅର୍ଥାତ୍ ମନି ଟ୍ରାନ୍ସଫର ପାଇଁ ବି ବ୍ୟାଙ୍କ ଆକାଉଂଟ ନମ୍ବର କିମ୍ବା ଆଇଏଫଏସସି କୋଡର ଆବଶ୍ୟକତା ପଡିବନାହିଁ । ଆଧାର ନମ୍ବର ଦେଇ ହିଁ ଆପଣ କୌଣସି ବି ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରିବେ । ସୂତ୍ର ଅନୁସାରେ, ଅନେକ ବ୍ୟାଙ୍କ ଏହି ସେବା ଆରମ୍ଭ କରିସାରିଲେଣି । ତେବେ କେନ୍ଦ୍ର ସରକାର ଡିଜିଟାଲ କାରବାରକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଆଧାର ଜରିଆରେ ମନି ଟ୍ରାନ୍ସଫରକୁ ବର୍ତ୍ତମାନ ଫ୍ରି କରିଛନ୍ତି ।  ଏହି ସେବାର ଲାଭ ଆପଣ ବ୍ୟାଙ୍କର ୟୁପିଆଇ ଆପ ଜରିଆରେ ଉଠାଇପାରିବେ । ଏହି ଆପ ଇନଷ୍ଟଲ କରିବା ପରେ ଏଥିରେ ଆଧାର ନମ୍ବର ଦେବାକୁ ହେବ ଏବଂ ମନି ଟ୍ରାନ୍ସଫର ଆମାଉଂଟ ଦେବାକୁ ପଡିବ । ଏହାପରେ ସ୍ୱୀକୃତି ମିଳିବା ପରେ ଯାଇ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ ।

ରେଜିଷ୍ଟର ମୋବାଇଲ ନମ୍ବରରେ ଏସଂପର୍କରେ ମେସେଜ ମଧ୍ୟ ଆପଣଙ୍କ ନିକଟକୁ ଚାଲି ଆସିବ । ଏହି ଆପରେ ମନି ଟ୍ରାନ୍ସଫର ସର୍ବାଧିକ ୫୦ ହଜାର ଟଙ୍କା ସ୍ଥିର କରାଯାଇଛି । ବ୍ୟାଙ୍କିଂ ଆପକୁ ମୋବାଇଲରେ ଡାଉନଲୋଡ କରନ୍ତୁ । ଏହି ଆପରେ ୟୁପିଆଇ ଜରିଆରେ ପେମେଂଟ ମୋଡକୁ ଯାଆନ୍ତୁ । ଯାହାକୁ ଆପଣ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତାଙ୍କ ଖାତା ସ୍ଥାନରେ ଆଧାରନମ୍ବର ଦିଅନ୍ତୁ । ଏହାପରେ ଟଙ୍କାର ପରିମାଣ ଲେଖି ଏଠାରେ ଥିବା ଓକେ ବଟନ ଉପରେ କ୍ଲିକ୍ କରନ୍ତୁ । କୌଣସି ଖାତାରେ ଆଧାର ନମ୍ବର ଜରିଆରେ ଟଙ୍କା ଯାଇଛି ତାହା ଜାଣିବା ପାଇଁ ଏକ ୟୁଏସଏସଡି କୋଡ ଜାରି କରାଯାଇଛି । *99*99*1# ଡାଏଲ କରିବା ଦ୍ୱାରା ଆଧାର ନମ୍ବର ପଚରାଯାଇଥାଏ । ଆଧାର ନମ୍ବର ଦେବା କ୍ଷଣି ହିଁ ଆପଣଙ୍କୁ ସୂଚିତ ହୋଇଯିବ କି କେଉଁ ଆକାଉଂଟରୁ ଟଙ୍କା ଆସିଛି ।

ଯଦି କୌଣସି ବ୍ୟକ୍ତିଙ୍କର କୌଣସି ବ୍ୟାଙ୍କରେ ଖାତା ରହିଛି ଏବଂ ସବୁଥିରେ ଆଧାର ଲିଙ୍କ ହୋଇଛି ତେବେ ଟଙ୍କା ଉକ୍ତ ବ୍ୟକ୍ତିବିଶେଷଙ୍କ ପ୍ରାଥମିକ ଖାତାକୁ ହିଁ ଯିବ । ପ୍ରାଥମିକ ଖାତା ହେଉଛି ଯେଉଁ ଖାତାରେ ସର୍ବପ୍ରଥମେ ଆଧାର ଲିଙ୍କ କରାଯାଇଥିଲା ।