ଏଣିକି ଅନଲାଇନ ସପିଂ ପାଇଁ ଦେବାକୁ ହେବ ଆଧାର ନମ୍ବର, ମାତ୍ର ୫ ହଜାର ଟଙ୍କାର କରିପାରିବେ ଜିନିଷ ଅର୍ଡର

225

ଖୁବ୍ ଶୀଘ୍ର ହିଁ ଆପଣଙ୍କୁ ଅନଲାଇନ ସାମଗ୍ରୀ ଅର୍ଡର ପାଇଁ ଆଧାର ନମ୍ବର ବି ଦେବାକୁ ହେବ ଏବଂ ପ୍ରତିଟି ଆଧାର ନମ୍ବର ଉପରେ ମାତ୍ର ୫ ହଜାର ଟଙ୍କାର ଜିନିଷ ହିଁ ଅର୍ଡର କରିପାରିବେ । ସୂଚନା ମୁତାବକ, କେନ୍ଦ୍ର ସରକାର ବିଦେଶରୁ ଆସୁଥିବା ସାମଗ୍ରୀକୁ ତଦନ୍ତ ପରିସରରେ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ବିଶେଷ କରି ଚୀନରୁ ଆସୁଥିବା କନସାଇନମେଂଟ୍ସ (ପ୍ରେରିତମାଲ)ସରକାରଙ୍କ ନଜରରେ ରହିବ ।

ଚୀନ ଇ- କମର୍ସ କଂପାନୀଗୁଡିକ କଷ୍ଟମର ଡ୍ୟୁଟି ଏବଂ ବିଭିନ୍ନ ପ୍ରକାରର ଟ୍ୟାକ୍ସରୁ ବଂଚିବା ପାଇଁ ନିଜ ସାମଗ୍ରୀକୁ ଉପହାର ଆକାରରେ ଭାରତକୁ ପଠାଉଥିଲେ । ଏଭଳି ପରିସ୍ଥିତିରେ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି କି ଗୋଟିଏ ଆଧାର କାର୍ଡ ଉପରେ ଉଭୟ ଇ-କମର୍ସ ପ୍ଲାର୍ଟଫମ ଏବଂ ଆପ୍ଲିକେସନରୁ କେବଳ ୫ ହଜାର ଟଙ୍କା ପର୍ଯ୍ୟନ୍ତର ଜରୁରୀ ଉପହାର(Imported Gift )ଅର୍ଡର କରାଯାଇପାରିବ ।

ବାଣିଜ୍ୟ ମନ୍ତ୍ରାଳୟର ସୂତ୍ର ମୁତାବକ, ଏହି ୫ ହଜାର ଟଙ୍କା ପର୍ଯ୍ୟନ୍ତର Imported Gift ମଗାଇବା ପାଇଁ ଆଧାର କାର୍ଡ ହେଉଛି ଏକମାତ୍ର ବିକଳ୍ପ । ଗ୍ରାହକ କୌଣସି ବି ତରିକାରେ କେୱାଇସି ପୂରା କରି ବିଦେଶ ଇ-କମର୍ସ କଂପାନୀମାନଙ୍କଠାରୁ Imported Gift ମଗାଇପାରିବେ । ଡିପାର୍ଟମେଂଟ ଅଫ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋସନ (DIPP) ରେଭିନ୍ୟୁ ବିଭାଗଠାରୁ ଦାବି କରିଥିଲେ କି ସେମାନେ ଉପହାର ରୂପରେ ଆସୁଥିବା କନସାଇନମେଂଟ(ପ୍ରେରିତମାଲ)ର ଉତ୍ସଗୁଡିକର ଲୋକେସନ ସଂପର୍କରେ ସନ୍ଧାନ ଲଗାଇବାକୁ, ଯାହାଦ୍ୱାରା କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିକୁ ବହୁ ପୂର୍ବରୁ ହିଁ ରୋକାଯାଇପାରିବ ।

ତେବେ ଚୀନ କଂପାନୀଗୁଡିକ ନିଜ ମାଲ ବହୁତ ଶସ୍ତା ଦରରେ ଭାରତରେ ବିକ୍ରି କରୁଛନ୍ତି, କାହିଁକି ନା ସେମାନେ ନିଜ ମାଲକୁ ଉପହାର ରୂପରେ ଭାରତକୁ ପଠାଉଛନ୍ତି । ଯେଉଁ କାରଣରୁ ସେମାନଙ୍କୁ କଷ୍ଟମର ଡ୍ୟୁଟି ଦେବାକୁ ପଡିନଥାଏ । ଏହି କାରଣରୁ ଭାରତୀୟ ରିଟେଲର୍ସଙ୍କ ସାମଗ୍ରୀକୁ ଲୋକେ ବହୁତ କମ କିଣୁଛନ୍ତି । ଏହି ସାଇଟଗୁଡିକ ଉପରେ ମିଳୁଥିବା ସାମଗ୍ରୀଗୁଡିକ କେବଳ ଭାରତୀୟ ଇ-କମର୍ସ ସାଇଟଗୁଡିକୁ ୫୦ରୁ ୬୦ ପ୍ରତିଶତ ଶସ୍ତା ନୁହେଂ, ବରଂ ବଜାର ଦାମଠାରୁ ବି ବହୁତ ଶସ୍ତା ଅଟେ ।

ସେହିପରି Shein, AliExpress, Romwe ଏବଂ Club Factory ଭଳି କଂପାନୀ ଚୀନର ଅନେକ ଇ-କମର୍ସ କଂପାନୀଗୁଡିକ ଦେଶର ଫରେନ ଟ୍ରେଡ ଆକ୍ଟର ଭୁଲ ଫାଇଦା ଉଠାଉଛନ୍ତି । ଏହି ଆଇନ ଅନୁସାରେ ବିଦେଶଠାରୁ ଭାରତରେ ରହୁଥିବା ଲୋକମାନଙ୍କ ନିକଟକୁ ପଠାଯାଉଥିବା ୫ ହଜାର ଟଙ୍କା ଦାମର ଉପହାର ଉପରେ କଷ୍ଟମର ଏବଂ ଅନ୍ୟ ଚାର୍ଜ ଲାଗି ନଥାଏ । ଖାଲି ଏତିକି ନୁହେଁ ଏହି ଆଇଟମ ଉପରେ କୌଣସି ବି ଜିଏସଟି ଲାଗି ନଥାଏ ।

କିଛିଦିନ ପୂର୍ବରୁ ଖୁଲାସା ହୋଇଥିଲା କି, ଏହି ସାଇଟଗୁଡିକୁ ପ୍ରତିଦିନ ପାଖାପାଖି ଦୁଇ ଲକ୍ଷ ଅର୍ଡର ମିଳୁଛି, ଯେଉଁଗୁଡିକ କି ଉପହାର ଆଧାରରେ ଭାରତରେ ଡେଲିଭର କରାଯାଇଥାଏ । ଏହି ଇ-କମର୍ସ କଂପାନୀଗୁଡିକ ଭାରତରେ ବ୍ୟାପାର ସଂସ୍ଥା ବା ଶ୍ରେଣୀରେ ରେଜିଷ୍ଟର୍ଡ ନାହାନ୍ତି । ଏଥିପାଇଁ ବିଭିନ୍ନ ଅଭିଯୋଗ ଦାଖଲ କରିବା, ସାମଗ୍ରୀକୁ ରିଟର୍ଣ୍ଣ କରିବାର ପ୍ରକ୍ରିୟା ବହୁତ ଜଟିଳ ହୋଇଥାଏ । ଏଭଳି ପରିସ୍ଥିତିରେ ସ୍ୱଦେଶୀ ଜାଗରଣ ମଂଚକୁ ଏହିସବୁ କଂପାନୀଗୁଡିକ ଖତରନାକ, ପ୍ରତିବଦ୍ଧିତ, ଅସୁରକ୍ଷିତ ଏବଂ ଡୁପ୍ଲିକେଟ ଜିନିଷ ପହଂଚାଉଛନ୍ତି ।