ଏଣିକି ଆଉ ସାଥିରେ ଧରି ବୁଲିବାକୁ ପଡିବନି ଆଧାର କାର୍ଡ ! ବଜାରରେ ଜାରି ହେଲା ଏମଆଧାର ଆପ୍

76

ଏଣିକି ଆଉ ଆପଣଙ୍କୁ ଆଧାର କାର୍ଡକୁ ସାଥିରେ ଧରି ବୁଲିବାକୁ ପଡିବନି । କାରଣ, ଲୋକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଜାରି କରିଛନ୍ତି ଏମଆଧାର ଆପ । ତେବେ ସରକାର ଏହି ଏମଆଧାର ଆପକୁ ଏବେ ଅପଡେଟ କରିଛନ୍ତି । ମୋବାଇଲରେ ଏହି ଆପକୁ ରେଜିଷ୍ଟର କରିବା ପରେ ଆଧାରକାର୍ଡ ସଂପର୍କିତ ଏକ ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ସଂଯୋଗ ହୋଇଥାଏ । ଯାହାଦ୍ୱାରା ଆପଣ ଆଧାରକୁ ନିଜ ମୋବାଇଲରେ ରଖିପାରିବେ ।

ସୂଚନା ମୁତାବକ, ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଆଧାରକୁ ବାଧ୍ୟତାମୂଳକ ଭାବେ ଘୋଷଣା କରିଛନ୍ତି । ଯେଉଁଥିପାଇଁ ଲୋକଙ୍କୁ ଆଧାର କାର୍ଡକୁ ସବୁବେଳେ ସାଥୀରେ ଧରି ବୁଲିବା ଏକପ୍ରକାରେ ଜରୁରୀ ହୋଇପଡିଛି । କିନ୍ତୁ ଏଣିକି ଆଉ ଏହି ସମସ୍ୟା ରହିବ ନାହିଁ । କାରଣ ଏମଆଧାର ଆପ ମୋବାଇଲରେ ଉପଲବ୍ଧ ହେବା ପରେ ଆଧାରକୁ ସବୁବେଳେ ପାଖରେ ରଖିବା ଆଉ ଆବଶ୍ୟକତା ପଡିବ ନାହିଁ । ଏଥିରେ ଆଧାର କାର୍ଡରେ ଯେଉଁ ସୂଚନା ବା ତଥ୍ୟ ରହିଥାଏ ତାହା ମୋବାଇଲରେ ମଧ୍ୟ ନଜର ଆସିଥାଏ । ଆଉ ସମୟ ଆଧାରିତ ଓଟିପିରେ ବର୍ତ୍ତମାନ ଓଟିପିକୁ ଡାଉନଲୋଡ ହେବା ପାଇଁ ଅପେକ୍ଷା କରିବାକୁ ପଡିବନାହିଁ । କାରଣ ଏହା ମୋବାଇଲରେ ହିଁ ଉପଲବ୍ଧ ରହିବ ।

ୟୁଆଇଡିଏଆଇର ସିଇଓ ଅଜୟ ଭୂଷଣ ପାଣ୍ଡେଙ୍କ ସୂଚନା ମୁତାବକ, ସେଲ୍ଫ ସର୍ଭିସ ଅପଡେଟ୍ ପୋର୍ଟାଲରେ ବର୍ତ୍ତମାନ ଟିଓଟିପିକୁ ସଂଯୋଗ କରି ଦିଆଯାଇଛି । ଉଲ୍ଲେଖନୀୟ କି, ରେଳମନ୍ତ୍ରାଳୟ ମଧ୍ୟ ୮ ସେପ୍ଟେମ୍ବରରୁ ଏମଆଧାରକୁ ବାଧ୍ୟତାମୂଳକ ପରିଚୟ ପତ୍ର ଭାବେ ଗ୍ରହଣ କରିଛି । ଅଜୟଙ୍କ କହିବା ଅନୁସାରେ, ବର୍ତ୍ତମାନ ଏମଆଧାର ଆପ ସମସ୍ତ ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ । ଓଟିପିକୁ ନେଇ ଯେଉଁ ସମସ୍ୟାମାନ ସୃଷ୍ଟିହେଉଥିଲା ତାହା ଏବେ ଆଉ ରହିବ ନାହିଁ । ଏଥିସହିତ ଲୋକଙ୍କୁ ଏସଏମଏସ ପାଇଁ ଆଉ ମୋବାଇଲ ନେଟୱାର୍କ ଉପରେ ନିର୍ଭର ମଧ୍ୟ କରିବାକୁ ପଡିବ ନାହିଁ ।

ସୌଜନ୍ୟ: ଦୈନିକ ଜାଗରଣ