ଆଧାର ନାହିଁ ତ କିଛି ନାହିଁ ! କଣ ସେହି ୧୨ଟି କାର୍ଯ୍ୟ, ଯାହାକି ଆଧାର ନମ୍ବର ବିନା ହୋଇଯିବ ଅଚଳ

52

କେନ୍ଦ୍ର ସରକାର ଆଧାର କାର୍ଡକୁ ପାଖାପାଖି ସବୁ କ୍ଷେତ୍ରରେ ଏକ ଜରୁରୀ ଦସ୍ତାବିଜ ଭାବେ ଗ୍ରହଣ କରିଛନ୍ତି । ଯଦି ଆପଣର ସରକାରୀ ଯୋଜନାଗୁଡିକର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବରକୁ ପାନ, ବ୍ୟାଙ୍କ ଖାତା ଆଦି ସହ ଲିଙ୍କ କରିବାକୁ ହେବ । କାରଣ ଆଧାର କାର୍ଡ ବିନା ସରକାରୀ ଯୋଜନାଗୁଡିକର ଲାଭ ଉଠାଇବାର ଶେଷ ତାରିଖକୁ ମଧ୍ୟ ସରକାର ଧାର୍ଯ୍ୟ କରିସାରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ୧୨ଟି କାର୍ଯ୍ୟ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକି ଆଧାର ବିନା ଅଚଳ ହୋଇଯିବ । ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ଆଧାର କାର୍ଡ ବନାଇନାହାଁନ୍ତି ତେବେ ତୁରନ୍ତ କରନ୍ତୁ, ନଚେତ୍ ଭବିଷ୍ୟତରେ ଆପଣଙ୍କ ପାଇଁ ସମସ୍ୟା ହୋଇପାରେ । ଆସନ୍ତୁ ଜାଣିବା ୧୨ଟି କାର୍ଯ୍ୟ ସଂପର୍କରେ ଯେଉଁଗୁଡିକ ଆଧାର ବିନା ହୋଇପାରିବ ନାହିଁ ।

• ନୂଆ ଫୋନ ନମ୍ବର ପାଇଁ ଜରୁରୀ ଅଟେ ଆଧାର କାର୍ଡ । ଏଥିସହିତ ମୋବାଇଲ ସେବା ଜାରି ରଖିବା ପାଇଁ ମଧ୍ୟ ଆଧାର ଜରୁରୀ ଅଟେ ।

• ପାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ କରିଦିଆଯାଇଛି । ଯଦି ଆପଣ ଏଭଳି ନକରନ୍ତି ତେବେ ଆୟକରର ଧାରା ୧୩୯ଏ ଅନୁଯାୟୀ ପାନ ରଦ୍ଦ କରିଦିଆଯିବ ।

• ଟ୍ରେନ ଟିକେଟ ପାଇଁ ଆଧାରର ତଥ୍ୟ ଦେବା ଜରୁରୀ । ନଚେତ୍ ଆପଣ ଆରକ୍ଷଣର ଲାଭ ମିଳିପାରିବ ନାହିଁ ।

• ରାସନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ପରେ ହିଁ ସବସିଡ ଆପଣଙ୍କୁ ଖାତାରେ ମିଳିବ ।

• ଯଦି ବ୍ୟାଙ୍କ ଆକାଉଂଟକୁ ଆଧାର ସହିତ ଲିଙ୍କ ନକରାନ୍ତି ତେବେ ଆପଣ ଟଙ୍କା ଉଠାଇ ପାରିବେ ନାହିଁ ।

• ଆଧାର କାର୍ଡକୁ ବିନା ଏବେ ସ୍କଲାର୍ସିପ ମଧ୍ୟ ମିଳିବ ନାହିଁ । ଏଥିପାଇଁ ଉଭୟ କଲେଜ ଏବଂ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଧାର କାର୍ଡ ତିଆରି କରିବା ବହୁତ ଜରୁରୀ ଅଟେ ।

• ପରୀକ୍ଷା ହଲରେ ବସିବାକୁ ହେଲେ ବି ଆଧାର ଅନିର୍ବାର୍ଯ୍ୟ ଅଟେ ।

• ଯଦି ଆପଣଙ୍କ ନିକଟରେ ଆଧାର କାର୍ଡ ନାହିଁ ତେବେ ପାସପୋର୍ଟ ପାଇଁ ଆପ୍ଲାଏ କରିବାକୁ ଭୁଲି ଯାଆନ୍ତୁ । ସେହିପରି ବିଦେଶ ମନ୍ତ୍ରାଳୟ ପାସପୋର୍ଟ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଛି । ଏଭଳି ପରିସ୍ଥିତିରେ ଯଦି ଆପଣ ବିଦେଶ ଭ୍ରମଣ ନେଇ ଚିନ୍ତା ରଖିଛନ୍ତି ତେବେ ପ୍ରଥମେ ଆଧାରା କାର୍ଡ ତିଆରି କରନ୍ତୁ । ପୁଣି ପାସପୋର୍ଟ ପାଇଁ ଆପ୍ଲାଏ କରନ୍ତୁ ।

• ଆଧାର କାର୍ଡ ବିନା ସାର୍ବଜନୀନ ବିତରଣ ପ୍ରଣାଳୀ ଆଧାରରେ ମିଳୁଥିବା ଲାଭ ବି ଅସମ୍ଭବ । ଏଥିପାଇଁ ସବସିଡ ପାଇବା ପାଇଁ ଆଧାର କାର୍ଡକୁ ଲିଙ୍କ କରିବା ବହୁତ ଜରୁରୀ ଅଟେ ।

• ପିଏଫ ଆକାଉଂଟ ସହିତ ଆଧାର କାର୍ଡକୁ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ । ଯଦି ଆପଣ ଏଭଳି କରନ୍ତି ତେବେ ଆପଣ ପିଏଫ ଉଠାଇବା ଏବଂ ସେଟଲ କରିବାରେ ସମୟ ଲାଗିବ ।

• ପେନସନ ଭୋଗୀମାନଙ୍କ ପାଇଁ ବି ଆଧାର କାର୍ଡ ବାଧ୍ୟତାମୂଲକ ଅଟେ । ଇନକମ ଟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଆଧାର କାର୍ଡ ଜରୁରୀ ଅଟେ ।

• ଆଧାର କାର୍ଡକୁ ପାନ ସହିତ ଲିଙ୍କ କରିବା ବିନା ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା ଅସମ୍ଭବ ।