ଭାରତୀୟ ବଜାରରେ ଧମାଲ କରିବ ଦୁଇ ଚକିଆ କାର୍..୮୦ କିଲୋମିଟର ଦେବ ମାଇଲେଜ ଏବଂ ଦାମ୍ ବି ବହୁତ କମ୍

1,099

ଶୀତ-କାକର ଏବଂ ବର୍ଷା ପାଗରେ ବାଇକରେ ଟ୍ରାଭେଲ କରିବା ବହୁତ ମୁସ୍କିଲ ହୋଇପଡେ । ଏପରିକି ଆପଣ ଅନେକ ସମୟରେ ଦେଖିଥିବେ କି ବର୍ଷା ସତ୍ୱେ ବି ଲୋକେ ଛତା ଧରି ବାଇକରେ ବସି ଯିବା ଆସିବାର ହେଲେ ଏପରି କରିବା କେତେ ଯେ ଯନ୍ତ୍ରଣା ଦାୟକ ତାହା କେବଳ ଛତା ଧରି ବସିଥିବା ବ୍ୟକ୍ତିଟି ହିଁ କହି ପାରିବେ । ଖାଲି ଏତିକି ନୁହେଁ ଡହଡହ ଖରାରେ ପାର୍କିଂ ହୋଇଥିବା ବାଇକରେ ବସି ଗାଡି ଚଲାଇବାର କଷ୍ଟ ବି କିଛି ଅଲଗା ପ୍ରକାରର ହୋଇଥାଏ ।

ଖୁବ ଶୀଘ୍ର ହିଁ ବର୍ଷା ହେଉ ଅବା ଖରାରେ ଦୁଇ ଚକିଆ ଗାଡି ଚଳାଇବା ଦ୍ୱାରା ଏଭଳି ପ୍ରକାରର ସମସ୍ୟାଗୁଡିକରୁ ଆପଣ ରକ୍ଷା ପାଇବାକୁ ଯାଉଛନ୍ତି । କାହିଁକି ନା ଜାପାନର ଏକ କଂପାନୀ ଭାରତରେ ଏକ ଟୁ ହ୍ୱୁଲର କାର ଲଂଚ କରିବାକୁ ଯୋଜନା କରୁଛି । ଏଥିପାଇଁ ଏହି କଂପାନୀ ଏକ ଭାରତୀୟ କଂପାନୀ ସହିତ ପାର୍ଟନରସିପ ମଧ୍ୟ କରିବାକୁ ନିଷ୍ପତି କରିଛି । ଏଠାରେ ଆମେ କହି ରଖୁଛୁ କି, ଏହି ଦୁଇ ଚକିଆ କାରଟି ଦେଖିବାକୁ ଅବିକଳ ବାଇକ୍ ଭଳି । ହେଲେ ଏଥିରେ କାର ଭଳି ଛାତ ଏବଂ ଡୋର ସିଷ୍ଟମ ରହିଛି । ତେବେ ବାଇକ ଭଳି ଦେଖାଯାଉଥିବା ଏହି କାରରେ ଏସି ଏବଂ ଅନ୍ୟାନ୍ୟ ସୁବିଧାମାନ ଉପଲବ୍ଧ । ଗ୍ଲୋବାଲ ଓାର୍ମିଂ ଯେଉଁ କାରଣରୁ ପୃଥିବୀର ତାପମାନ ପ୍ରତି ବର୍ଷ ବୃଦ୍ଧିପାଇବାରେ ଲାଗିଛି । ଆଜି ଭାରତରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ପର୍ଯ୍ୟନ୍ତ ପହଂଚି ଯାଉଛି । ଯେଉଁ କାରଣରୁ ବିନା ମୋସୁମୀରୁ ଆପଣଙ୍କୁ ଅନେକ ଅପ୍ରତିକର ପରିସ୍ଥିତିର ସମ୍ନା କରିବାକୁ ପଡୁଛି ।

ଜାପାନୀ କଂପାନୀକୁ ଭାରତରେ ଲଂଚ କରିବାକୁ ସରକାରଙ୍କଠାରୁ ଏହି ଯାନକୁ ପେଟେନ୍ଟ କରିବାକୁ ପଡିବ । କାର ଭଳି ଦେଖା ଯାଉଥିବା ଏହି ବାଇକକୁ ନା ତ କାରଗୁଡିକର ଶ୍ରେଣୀଭୁକ୍ତ କରାଯାଇପାରିବ ନା ହିଁ ବାଇକଗୁଡିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇପାରିବ । ଏହାକୁ ଭାରତରେ ଲଂଚ କରିବା ପାଇଁ କଂପାନୀକୁ ଭାରତ ସରକାରରେ ପେଟେସନ ଦେଇ ଏକ ଅଲଗା କାଟାଗୋରୀ ପ୍ରସ୍ତୁତ କରିବାକୁ ପଡିବ । ଯାହାକୁ ବଜାଜ ନିଜ କ୍ୱାଟ୍ରାସାଇକଲ ପାଇଁ କରିଛି । ଏହାର ମାଇଲେଜ ୮୦ କିଲୋମିଟର ପର୍ଯ୍ୟନ୍ତ ରହିବ । ତେବେ ମିଳିଥିବା ସୂଚନାରୁ ଯାହା ଜଣାପଡିଛି କି, ବାଇକ୍ ଭଳି ଦେଖା ଯାଉଥିବା ଏହି କାରଟିର ଦାମ ପାଖାପାଖି ୫୦ ହଜାର ଟଙ୍କାରେ ଭାରତୀୟ ବଜାରରେ ଲଂଚ କରାଯିବ ।