ଏଣିକି ୩ଟି ନୂଆ ତରିକାରେ ହେଉଛି ଠକେଇ ! ଆପଣଙ୍କୁ ଜଣା ବି ପଡିବନି ଏବଂ ମୁହୂର୍ତ୍ତକ ଭିତରେ ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହୋଇଯିବ ଗାଏବ

56

ଆଜିକା ଦିନରେ ପ୍ରତ୍ୟେକ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଇଂଟରନେଟ ବ୍ୟାଙ୍କିଂ ଏବଂ ମୋବାଇଲ ବ୍ୟାଙ୍କିଂ ଭଳି ସୁବିଧା ଦେଇରଖୁଛନ୍ତି । ଯାହାଦ୍ୱାରା ଟଙ୍କା କାରବାର ଯେତିକି ସହଜ ହୋଇପଡିଛି, ସେତିକି ହିଁ ଏଥିସହିତ ଜଡିତ ଅପରାଧକୁ ରୋକିବାରେ କଷ୍ଟକର ହୋଇପଡିଛି । ବ୍ୟାଙ୍କଗୁଡିକ ସାଧାରଣ ଜନତାଙ୍କୁ ନିଜର ୱାନ ଟାଇମ ପାସୱାର୍ଡ ଏବଂ ପିନ କାହାକୁ ସେୟାର ନକରିବାକୁ ସବୁବେଳେ ପରାମର୍ଶ ଦେଇଆସୁଛି । ଯେଉଁଥିପାଇଁ ଚୋରମାନେ ଏବେ ନୂଆ ନୂଆ ଉପାୟର ସାହାର ନେି ଲୋକଙ୍କଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ବଡ କଥା ହେଲା ଏସବୁ ହେବା ପରେ ବି ଆପଣଙ୍କୁ ସାମାନ୍ୟତମ ଆଭାସ ବି ହେବନି କି ଆପଣଙ୍କ ଅଜାଣତରେ କେହି ଆପଣଙ୍କ ଟଙ୍କା ନେି ପଳାଇଛି ବୋଲି । ତେବେ କିପରି ଆସନ୍ତୁ ଜାଣିବା . ..

ଭର୍ଚ୍ୟୁଆଲ କିଡନାପିଂ

ଗତ କିଛି ହେଲା ଏକ ଇମେଲ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଇମେଲରେ କୁହାଯାଇଛି କି, ଜଣେ ବ୍ୟକ୍ତିଙ୍କ ପାଖକୁ ସେ ବ୍ୟବହାର କରୁଥିବା ମୋବାଇଲ ନମ୍ବରର କଂପାନୀରୁ ଏକ କଲ ଆସେ । ଆଉ କୁହାଯାଏ କି, ଏବେ ଆପଣଙ୍କ ନେଟୱର୍କରେ କିଛି କାମ ଚାଲିଛି ଆଉ ଆପଣଙ୍କୁ କିଛି ସମୟ ପାଇଁ ନିଜର ଫୋନକୁ ବନ୍ଦ କରିବାକୁ ପଡିବ । ଏହାପରେ ବ୍ୟକ୍ତି ଜଣକ କିଛି ବୁଝି ନଶୁଝି ତାଙ୍କ କଥାରେ ରାଜି ହୋଇ ଅଧ ଘଂଟାକାଳ ନିଜର ଫୋନକୁ ବନ୍ଦ କରିଦେଇଥିଲେ । ତେବେ ସେ ଫୋନ ବନ୍ଦ କରିବା କ୍ଷଣି ହିଁ ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକଙ୍କୁ ଏକ ଫୋନ କଲ ଯାଇଥିଲା ଆଉ କୁହାଯାଇଥିଲା କି ତାଙ୍କୁ କିଡନାପ କରାଯାଇଛି ଏବଂ ଟଙ୍କା ଦେଲେ ଯାଇ ସେ ମୁକୁଳିପାରିବେ ନଚେତ୍ ତାଙ୍କୁ ଜୀବନରୁ ମାରିଦିଆଯିବ ବୋଲି ।

ଏହାର ସତ୍ୟତା କଣ

ଏହି ଇ-ମେଲ ଯାହାକି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ତାର ସତ୍ୟତା କେତେ ରହିଛି । ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନି କିନ୍ତୁ ଯେଉଁ ଫ୍ରଡ ସଂପର୍କରେ ଏଥିରେ କୁହାଯାଇଛି ତାହା ସଂପୂର୍ଣ୍ଣ ଭାବରେ ସତ୍ୟ ଅଟେ । ଏହି ଫ୍ରଡକୁ ଭର୍ଚ୍ୟୁଆଲ କିଡନାପିଂ କୁହାଯାଉଛି । ଆମେରିକାର ସଂଘୀୟ ଯାଂଚ ଏଜେନ୍ସି ଏଫବିଆଇ ତରଫରୁ କିଛିଦିନ ତଳେ ହିଁ ଏହି ନୂଆ ତରିକାର ଫ୍ରଡକୁ ନେଇ ସତର୍କ କରିଦିଆଯାଇଥାଲ । ଏହି ଫ୍ରଡରେ ଠକୁଥିବା ବ୍ୟକ୍ତିମାନେ ଆପଣଙ୍କୁ ବିଭିନ୍ନ ଲୋଭ ଦେଖାଇ ଫୋନ ବନ୍ଦ କରିବାକୁ କହି । ଆପଣଙ୍କ ଘର ଲୋକଙ୍କଠାରୁ ଆପଣ କିଡନାପ ହୋଇଯାଇଥିବା କଥା କହି ଟଙ୍କା ଲୁଟି ନେଇଥାନ୍ତି ।

ନିଜର ନମ୍ବର ୧୨୧ରେ ପଠାନ୍ତୁ

ସେହିପରି କିଛିଦିନ ତଳେ ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିଲା । ତାଙ୍କ କହିବା କଥା ହେଲା, ତାଙ୍କୁ ଏକ ଫୋନ କଲ ଆସିଥିଲା । ଯେଉଁଥିରେ ତାଙ୍କୁ କୁହାଯାଇଥିଲାକି ସେ ତାଙ୍କର ନମ୍ବର ୧୨୧ରେ ପଠାଇବାକୁ । ତେବେ ତାଙ୍କୁ ଏହି ନମ୍ବରଟି ଏକ କଷ୍ଟମର କେୟାର ନମ୍ବର ଭଳି ଲାଗିବା କାରଣରୁ ତାଙ୍କୁ କୌଣସି ସନ୍ଦେହ ହୋଇନଥିଲା । ଆଉ ସେ ନିଜର ନମ୍ବରଟକୁ ଏହି ନମ୍ବରରେ ପଠାଇଦେଇଥିଲେ । ବାସ୍ ଏତିକି । ନମ୍ବରଟିକୁ ପଠାଇବାର ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରୁ ୫୦-୫୦ ହଜାର କରି ଦୁଇଥର ଟଙ୍କା କେହି ଉଠାଇ ନେଇଯାଇଥିଲେ ।

ଚିହ୍ନା-ଜଣା ହୋଇ ସହଯୋଗ ମାଗିବା

ଏଭଳି ଠକାମୀର ତୃତୀୟ ଉପାୟ ହେଲା କିଛି ଏଭଳି । ଏଥିରେ ଆପଣଙ୍କୁ ଏକ ଫୋନ ଆସିବ ଏବଂ ସାମ୍ନା ବାଲା ବ୍ୟକ୍ତି ଆପଣଙ୍କ ସମ୍ପର୍କୀୟ ହୋଇ କିମ୍ବା ନିଜକୁ ଆପଣଙ୍କର ଜଣେ ଭଲ ବନ୍ଧୁ କହିଥାନ୍ତି । ଏବଂ ସେ କୌଣସି ଅସୁବିଧା ପଡିଛନ୍ତି ବୋଲି କହିଥାନ୍ତି । ଏହି ସମୟରେ ସେ ଆପଣଙ୍କୁ ଟଙ୍କା ସାହାର୍ଯ୍ୟ କରିବାକୁ ମଧ୍ୟ କୁହାଯାଏ । ଏଭଳି ଭାବରେ ଯଦି ଆପଣ ସାମାନ୍ୟ ବି ସାବଧାନତା ନପରଖନ୍ତି ତେବେ ଆପଣଙ୍କ ପକେଟରୁ ଟଙ୍କା ଯିବା ଏକପ୍ରକାରେ ସୁନିଶ୍ଚିତ ।

କିପରି ରକ୍ଷା ପାଇବେ

ଏହି ନୂଆ ତରିକା ଠକାମୀର ଶିକାର ହେବାରୁ ନିଜକୁ ରକ୍ଷା କରିବାକୁ ହେଲେ ଆପଣଙ୍କୁ ସବୁବେଳେ ସଜାଗ ରହିବାକୁ ହେବ । ଫୋନରେ ଯଦି କେହି ଆପଣଙ୍କୁ କୌଣସି ବି କାମ କରିବାକୁ କୁହନ୍ତି ତେବେ ସତର୍କତା ଅବଲମ୍ବନ କରନ୍ତୁ । ପ୍ରଥମେ ଏହାର ବାସ୍ତବତା ପରଖନ୍ତୁ । ତା ପରେ ଯାଇ କୌଣସି ସିଦ୍ଧାନ୍ତରେ ଉପନୀତ ହୁଅନ୍ତୁ ।

ଠକାମୀର ଶିକାର ହେଲେ କଣ କରିବେ

ଯଦି କୌଣସି କାରଣରୁ ବି ଆପଣ ଠକାମୀର ଶିକାର ହୋଇଥାନ୍ତି ତେବେ ସର୍ବ ପ୍ରଥମେ ଏସଂପର୍କରେ ନିଜ ବ୍ୟାଙ୍କଙ୍କୁ ଜଣାନ୍ତୁ । ଏହାପରେ ଆପଣ ପୁଲିସ ନିକଟକୁ ଯାଇ ଅଭିଯୋଗ କରିପାରିବେ ।