କନକ ବ୍ୟୁରୋ : ଭାରତର ପ୍ରଥମ ଘରୋଇ ଉପଗ୍ରହକୁ ମହାକାଶ ପଠାଇଲା ଆମେରିକୀୟ ଘରୋଇ ମହାକାଶ ଗବେଷଣା କେନ୍ଦ୍ର ସ୍ପେସ୍ ଏକ୍ସ । ୨ କୋଟି ଟଙ୍କା ବିନିମୟରେ ଏହି ଏକ୍ସିଡସାଟ୍ ୧ ସାଟେଲାଇଟର ନିର୍ମାଣ ହୋଇଥିବା ବେଳେ ରେଡିଓ ଯୋଗାଯୋଗ କ୍ଷେତ୍ରରେ ଏହା ସହାୟକ ହେବ ।
କାଲିଫର୍ଣ୍ଣିଆ ଭାଣ୍ଡେନବେସ୍ ଏୟାର ଷ୍ଟେସନରୁ ଫାଲକନ୍ ୯ ରକେଟ୍ ଯୋଗେ ଏହାକୁ ମହାକାଶକୁ ପ୍ରେରଣ କରାଯାଇଛି । ସେପଟେ ଏହି ଏକକାଳୀନ ଉତକ୍ଷେପଣରେ ୧୮ଟି ଦେଶର ୬୩ଟି ଉପଗ୍ରହ ମହାକାଶକୁ ପ୍ରେରଣ କରାଯାଇଛି । ଏକ୍ସିଡସାଟର ଜୀବନକାଳ ୫ ବର୍ଷ ଥିବା କୁହାଯାଉଛି । ଆଗକୁ ଉପଗ୍ରହ ପ୍ରେରଣରେ ବେସରକାରୀ କମ୍ପାନୀଙ୍କ ପ୍ରବେଶ ନୂଆ ଦିଗ ଦେବାର କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/aca5dfe0429c7d622ade7bfbdfa794b3.jpg)