ପାଗ ପରିବର୍ତ୍ତନ ହେଲେ ବା ଅଧିକ ଥଣ୍ଡା ଜିନିଷ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କର ତଣ୍ଟି ବସି ଯାଇଥାଏ । ଏହି ସମସ୍ୟା ହେଲେ ଲୋକମାନେ ଠିକ୍ ଭାବରେ ଖାଇ ନପାରିବା ସହ କଥା ମଧ୍ୟ ହୋଇ ପାରନ୍ତି ନାହିଁ । ତଣ୍ଟି ବସିବା ପରେ ଶୀଘ୍ର ଠିକ୍ ହେବାର ନାଁ ନେଇ ନଥାଏ । ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି । କିନ୍ତୁ ତାହାର କୌଣସି ସୁଫଳ ମିଳି ପାରି ନଥାଏ । ଏଭଳି ପରିସ୍ଥିତିରେ ବାହାରୁ ଔଷଧ କିଣି ଖାଇବା ଅପେକ୍ଷା ଘରୋଇ ଉପାୟ ଆପଣାନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଶୀଘ୍ର ଉପଶମ ମିଳିବ ।
୧. ତଣ୍ଟି ବସି ଯାଇଥିଲେ ଲୁଣ ପାଣିରେ ଗଳ ଗଳ କରନ୍ତୁ । ଉଷୁମ ପାଣି କରି ସେଥିରେ କିଛି ଲୁଣ ମିଶାଇ କିଛି ସମୟ ଗଳ ଗଳ କରନ୍ତୁ । ଦିନକୁ ୪-୫ଥର ଉଷୁମ ଲୁଣ ଗଳ ଗଳ କରିବା ପରେ ଆପଣଙ୍କ ଫରକ୍ ଜାଣି ପାରିବେ ।
୨. ମହୁ ବସି ଯାଇଥିବା ତଣ୍ଟି ବା ତଣ୍ଟି ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ । ତଣ୍ଟି ବସିଥିବା ସମୟରେ ମହୁ ଖାଇବା ଦ୍ୱାରା କାଶ କମ ହେବା ସହ ତଣ୍ଟି ଦରଜ ମଧ୍ୟ କମ ହୋଇଥାଏ ।
୩. ତଣ୍ଟି ଦରଜ ହେଲେ ପୁଦିନା ପତ୍ରକୁ ପାଣିର ଫୁଟାଇ ଗଳ ଗଳ କରନ୍ତୁ । ଏପରି କରିବା ଦ୍ୱାରା ତଣ୍ଟି ଦରଜ ଭଳି ସମସ୍ୟା ଦୂର ହେବା ସହ ନିଶ୍ୱାସ ନେବା ସହଜ ହୋଇଥାଏ ।
୪. ତଣ୍ଟି ଦରଜ ହେଲେ ଗରମ ପାଣିରେ ବେକିଙ୍ଗ୍ ସୋଡ଼ା ମିଶାଇ ଗଳ ଗଳ କରନ୍ତୁ । ଗରମ ପାଣିର ବେକିଙ୍ଗ୍ ସୋଡ଼ା ମିଶାଇ ଗଳ ଗଳ କରିବା ଦ୍ୱାରା ଏହା ବ୍ୟାକ୍ଟେରିଆକୁ ନଷ୍ଟ କରି ଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/sore-throat-remedies-collage-1.jpg)
/kanak/media/post_attachments/wp-content/uploads/2018/12/honey-hot-water-and-diabetes-300x160.jpg)