ଆଜି ସୋନିଆ ଗାନ୍ଧୀଙ୍କ ଡିନର ପାର୍ଟିରେ ପଡିବ ମହାଗଠବନ୍ଧନର ମୂଳଦୁଆ : ସାମିଲ ହେବେ ୧୮ବିରୋଧୀ ଦଳର ନେତା, ପ୍ରତିନିଧୀ

34

କନକ ବ୍ୟୁରୋ : ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ଦିଲ୍ଲୀରେ ନିଜ ବାସଭବନରେ ଡିନର ପାର୍ଟି ଦେଉଛନ୍ତି । ଏଥିରେ ୧୮ଟି ବିରୋଧୀ ଦଳର ସଦସ୍ୟ ସାମିଲ ହେବେ । ତେବେ ବର୍ତମାନ ସୁଦ୍ଧା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ବିଏସପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଏନସିପି ପ୍ରମୁଖ ଶରଦ ଯାଦବ ସୋନିଆଙ୍କ ଡିନର ପାର୍ଟି ବୈଠକରେ ସାମିଲ ହେବା ପାଇଁ ସହମତି ଦେଇନାହାନ୍ତି । ତେବେ ଏସବୁ ନେତା ସୋନିଆଙ୍କ ଡିନର ପାର୍ଟିରେ ସାମିଲ ହେବା ନେଇ ସହମତି ଦେଇନଥିବା ବେଳେ ଦଳର ପ୍ରତିନିଧି ପଠାଇବାକୁ ସମ୍ମତି ଦେଇଛନ୍ତି ।

ଅନ୍ୟପଟେ ଏହି ଡିନର ପାର୍ଟି ଜରିଆରେ ସୋନିଆ ଗାନ୍ଧୀ ୨ଟି ବାର୍ତା ଦେବାକୁ ଯାଉଛନ୍ତି । ତେବେ ଡିନର ପାର୍ଟିରେ ମମତା ବାନାର୍ଜୀ ଓ ଶରଦ ପାୱାରଙ୍କୁ ସାମିଲ କରିବାକୁ ଉଦ୍ୟମ ଜାରି ରହିଛି । ମିଳିଥିବା ଖବର ଅନୁସାରେ, ଡିନର ପାର୍ଟିରେ ସାମିଲ ହେବାକୁ ଶରଦ ପାୱାର ବିପକ୍ଷ ନେତାଙ୍କୁ ଡିନର ପାର୍ଟିକୁ ଡାକି ସୋନିଆ ପ୍ରମାଣିତ କରିବାକୁ ଚାହୁଁଛନ୍ତି, ମୋଦି ବିରୋଧୀ ଗଠବନ୍ଧନର ନେତୃତ୍ୱ କଂଗ୍ରେସ କରିବ । ଅନ୍ୟଟି ହେଲା ମମତା ଓ ପାୱାରଙ୍କ ତୃତୀୟ ମେଂଣ୍ଟର ନେତୃତ୍ୱ ନେବା ଉଦ୍ୟମକୁ ସୋନିଆ ଗୁରୁତ୍ୱ୍ୱ ଦିଅନ୍ତି ନାହିଁ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ମମତା, ଶରଦ ପାୱାର ଭଳି ନେତା ଅସ୍ୱୀକାର କରିପାରନ୍ତି । ତେଣୁ ସୋନିଆ ୨୦୧୯ ଯାଏଁ ବିଜେପି ବିରୋଧୀ ମେଣ୍ଟର ନେତୃତ୍ୱ ନିଜ ହାତରେ ରଖିବାକୁ ଚାହୁଁଛନ୍ତି । ଡିନର ପାର୍ଟି ସରିବା ପରେ ଜଣାପଡିବେ କେଉଁ ପାର୍ଟି କଂଗ୍ରେସର ଡିଅର ଓ କିଏ ନିଅର ।