କନକ ବ୍ୟୁରୋ: ଜେଲ ଭିତରେ ଚାଲିଛି ମସ୍ତି । ଖୁଲମଖୁଲା ଗପୁଛନ୍ତି ବିଚାରଧୀନ କଏଦୀ । ଠୋ ଠୋ ହସୁଛନ୍ତି, ଥଟାମଜା କରୁଛନ୍ତି । ପାଖରେ ବସିଥିବା ପତ୍ନୀଙ୍କ ସମେତ ଅନେକ ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି କଏଦୀ । ଜେଲ ଭିତରେ ଫୋନରେ କଥା ହୋଇ ଅୟସ କରୁଛନ୍ତି ଜଣେ ବିଚାରଧୀନ କଏଦୀ । ବାଲେଶ୍ୱର ଜିଲ୍ଲା ସୋର ଉପ-କାରାଗାରରେ କଏଦୀ ଜଣଙ୍କ ଅନେକ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଜେଲରେ କଏଦୀଙ୍କ ବିନ୍ଦାସ ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାରେ ରହିଛି ସୋର ଜେଲ ।
/kanak/media/post_attachments/wp-content/uploads/2019/07/Screen-Shot-2019-07-21-at-6.17.53-PM-300x259.png)
ଜେଲ ଭିତରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ବିଚାରଧୀନ କଏଦୀ । ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁମାଧବ ପଣ୍ଡା ଜେଲରେ ଅଏସ କରୁଛନ୍ତି । ଜେଲ ଭିତରେ ଖୁଲମଖୁଲା ବୁଲିବା ସହ ଫୋନରେ ବହୁ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ନେତାଙ୍କ ପୁଅ ବୋଲି ଏଠି ସବୁ ନିୟମକୁ ଜଳାଞ୍ଜଳି ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ ।
/kanak/media/post_attachments/wp-content/uploads/2019/07/Screen-Shot-2019-07-21-at-6.17.38-PM-300x226.png)
ତେବେ ଗତ ଜୁଲାଇ ୧୨ ତାରିଖରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବେଣୁମାଧବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ବର୍ତ୍ତମାନ କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ସେ ବିଚାରାଧୀନ କଏଦୀ ଭାବେ ସୋର ଉପ କାରାଗାରରେ ରହିଛନ୍ତି । ତେବେ ଜେଲରେ ରହି ଏଭଳି ଖୁଲମଖୁଲା ଜୀବନ ବିତାଉଥିବା ଭିଡିଓ ଭାଇରାଲ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଆଡକୁ ଆଙ୍ଗୁଛି ଉଠିଛି ।
ପ୍ରଶ୍ନ ଉଠୁଛି ଜେଲ ଭିତରେ ଜଣେ ବିଚାରଧୀନ କଏଦୀ ଥାଇ ବି କିଭଳି ଏକା ସମୟରେ ଅଧିକାଂଶ ଲୋକଙ୍କୁ ଭେଟୁଛନ୍ତି ଆଉ ମୋବାଇଲ ଧରି ଜେଲରେ ବୁଲୁଛନ୍ତି? ଜେଲରେ ଏତେ ଲୋକଙ୍କୁ ଆସିବାକୁ କିଏ ଅନୁମତି ଦେଲା ? କଏଦୀ ଖୋଲାମେଲାରେ ବୁଲୁଥିଲେ ବି ଜେଲ କର୍ତ୍ତୃପକ୍ଷ କାହାକୁ କିଛି କହିଲେନି କେମିତି? ଜେଲ ଭିତରକୁ ଏତେ ଛାଡିବାରେ ଜେଲର କେହି କର୍ମଚାରୀଙ୍କ ହାତ ରହିଛି କି? ଜେଲ ଭିତରୁ ଏହି ଦୃଶ୍ୟ ଭାଇରାଲ ହେବା ପରେ ଜେଲର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Jail.jpg)