କନକ ବ୍ୟୁରୋ : ୭ ଦିନ ହେଲା ସ୍କୁଲ ଛାଡି ଲୋୟର ପିଏମଜିରେ ଶିକ୍ଷକ । ଆଜି ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକଙ୍କ ସମାବେଶ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ଲକଗ୍ରାଂଟ୍ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅଡି ବସିଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ । ପ୍ରଚଣ୍ଡ ଖରା ଓ ବର୍ଷାରେ ବି ରାଜରାସ୍ତାରେ ଜାରି ରହିଛି ଆନ୍ଦୋଳନ । ଶିକ୍ଷକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେଉନଥିବା ଅଭିଯୋଗ କରି ପୁଣି ବିଶାଳ ସମାବେଶ ଆୟୋଜନ କରିଛି ମିଳିତ ମଂଚ ।
ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ । ରାଜଧାନୀର ଲୋୟର ପିଏମଜିରେ ଶିକ୍ଷକଙ୍କ ଗର୍ଜୁଥିବା ବେଳେ ଆନ୍ଦୋଳନ ଯୋଗୁଁ ପାଠପଢା ଠପ୍ ହୋଇଯାଇଛି । କିନ୍ତୁ ବଡ ପ୍ରଶ୍ନ ହେଉଛି, ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି କାହିଁକି । ବଡବଡିଆଙ୍କ ପିଲା ଘରୋଇ ସ୍କୁଲରେ ପାଠ ପଢୁଛନ୍ତି । ତେଣୁ ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି କେହି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/vlcsnap-2017-08-22-16h48m37s681.png)