ସାବଧାନ: ସସରେ ବିଷ ! ରିପୋର୍ଟରୁ ଆସିଲା ସାଂଘାତିକ ସତ, ଖାଇଲେ ହୋଇପାରେ କ୍ୟାନସର ଓ ହାଇପର ଟେନସନ ଭଳି ସାଂଘାତିକ ରୋଗ?

ରାଜ୍ୟରେ ମିଳୁଥିବା କିଛି ନିଦ୍ଦିଷ୍ଟ ବ୍ରାଣ୍ଡ ସସରେ ହେଉଛି ଅପମିଶ୍ରଣ ! ଅସୁକ୍ଷିତ ଓ ନିମ୍ନ ମାନର କହିଲା, ନମୂନା ଯାଂଚର ରିପୋର୍ଟ

397

କନକ ନ୍ୟୁଜ୍ : ଆପଣ ବଜାରରେ ଉପଲବ୍ଧ ହେଉଥିବା ଟମାଟୋ କିମ୍ବା ଚିଲି ସସ ଖାଉଛନ୍ତ କି ? ଯଦି ହଁ- ତେବେ ସାବଧାନ । କାରଣ ଏହି ସସରେ ହେଉଛି ଅପମିଶ୍ରଣ । କନକ ନ୍ୟୁଜ୍ ଅନୁସନ୍ଧାନରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆପଣଙ୍କୁ ଚକିତ କରିଦେବ । ଆଖିକୁ ସୁନ୍ଦର ଓ ପାଟିକୁ ସୁଆଦିଆ ଦେଖାଯାଉଥିବା ଏହି ସସ୍ ଆପଣଙ୍କ ସ୍ୱାସ୍ଥ୍ୟୃହାନୀର କାରଣ ହୋଇପାରେ । ଏମିତି କି କ୍ୟାନସର ଏବଂ ହାଇପର ଟେନସନ୍ ଭଳି ସାଂଘାତିକ୍ ସମସ୍ୟାରେ ପଡ଼ିବାର ଆଶଙ୍କା ରହିଛି ।

କନକ ନ୍ୟୁଜ୍ ପକ୍ଷରୁ ସଂଗୃହୀତ କେତେକ ବ୍ରାଣ୍ଡେଡ୍ ସସକୁ ସରକାରୀ ପରୀକ୍ଷାଗାରରେ ପରୀକ୍ଷା କଲା ପରେ ଏଭଳି ତଥ୍ୟ ପଦାକୁ ଆସିଛି । ଟିପଟପ୍ ଟମାଟୋ ସସ୍ ନିମ୍ନମାନର ଓ ଅସୁରକ୍ଷିତ ବୋଲି ପ୍ରମାଣିତ ହୋଇଥିବା ବେଳେ, ପ୍ରାଇମ୍ ଚିଲି ସସ୍ ନିମ୍ନମାନର ବୋଲି ପ୍ରମାଣିତ ହୋଇଛି । ପ୍ରାୟ ମାସେ ତଳେ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍ ଓ ଅନ୍ୟ କେତେକ ମାର୍କେଟରୁ କିଛି ବ୍ରଣ୍ଡେଡ୍ ଟମାଟୋ ଏବଂ ଚିଲି ସସର ନମୂନା ସଂଗ୍ରହ କରିଥିଲା କନକନ୍ୟୁଜ୍ । ଆଉ ଏହାକୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରେ ପରୀକ୍ଷା ପାଇଁ ଦେଇଥିଲା । ଆଉ ଯେତେବେଳେ ପରୀକ୍ଷା ରିପୋର୍ଟ ଆସିଲା ଜଣାପଡ଼ିଛି- କିଛି ବ୍ରାଣ୍ଡେଡ୍ ଟମାଟୋ ସସ୍ ଓ ଚିଲି ସସ୍ ବିପକ୍ଷରେ ଆସିଛି ଅତ୍ୟନ୍ତ ବିପଦଜନକ ଟିପ୍ପଣୀ ।

ଟିପ୍-ଟପ୍ ଟମାଟୋ ସସରେ କେତେବେଳେ ଓ କେଉଁଠି ଏହା ତିଆରି ହୋଇଛି ତାହା ଲେଖାନଥିବା ବେଳେ ଏଥିରେ ସିନ୍ଥେଟିକ୍ କଲର ଥିବା ପ୍ରମାଣିତ ହୋଇଛି । ଏଥିସହ ଏଥିରେ ସର୍ବନିମ୍ନ ୨୫ ପ୍ରତିଶତ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ମିଶିବା ଜାଗାରେ ମାତ୍ର ୧୧.୩ ପ୍ରତିଶତ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ଥିବା ଦେଖିବାକୁ ମିଳିିଥିଲା । ସେହିଭଳି ଭୁବନେଶ୍ୱରରେ ତିଆରି ହେଉଥିବା ପ୍ରାଇମ୍ ଚିଲି ସସରେ ୮ ପ୍ରତିଶତ ରୁ କମ୍ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ମିଶିବା ଜାଗାରେ ମାତ୍ର ୫.୮ ପ୍ରତିଶତ ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ମିଶିଥିବା ଦେଖାଯାଇଛି । ଏସିଟିକ୍ ଏସିଡର ମାତ୍ର ୧ ପ୍ରତିଶତରୁ କମ୍ ନ ରହିବା ସ୍ଥାନରେ ଏହା ମାତ୍ର ୦.୬ ପ୍ରତିଶତ ରହିଛି । ଯାହାକି ନିମ୍ନ ମାନର ବୋଲି ପ୍ରମାଣିତ ହୋଇଛି ।

କନକ ନ୍ୟୁଜ୍ ପକ୍ଷରୁ ବଜାରରେ ଉପଲବ୍ଧ ହେଉଥିବା କିଛି ଖାଦ୍ୟ ସାମଗ୍ରୀର ନିରାପତା ଯାଂଚ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ପରକ୍ଷାଗାରରେ ଦିଆଯାଇଥିଲେ । ଯେଉଁଥିରେ ଟମାଟୋ ଏବଂ ଚିଲି ସସ୍ ମଧ୍ୟ ସାମିଲ ଥିଲା । ଆଉ ଯାଂଚ ରିପୋର୍ଟ ଆସିଲା ପରେ ସାମ୍ନାକୁ ଆସିଛି ଏହି ସାଂଘାତିକ ସତ । ଟମାଟୋ ଏବଂ ଚିଲି ସସ୍ ସଂପର୍କରେ ଯାଂଚ ପରିପୋର୍ଟ କଣ କହୁଛି ଦେଖି ନିଅନ୍ତୁ ।

କ’ଣ କହୁଛି ଯାଞ୍ଚ ରିପୋର୍ଟ ?
-ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ବିଧିର ଉଲଙ୍ଘନ ହୋଇଛି
-ଖାଦ୍ୟ ସାମଗ୍ରୀରେ ମିଶ୍ରିତ ଉପାଦାନର ଅନୁପାତ ଠିକ୍ ରହୁନି
-କିଛି ନିର୍ଦ୍ଧିଷ୍ଟ ଟମାଟୋ ଓ ଚିଲି ସସରେ ଆଇନର ଉଲଙ୍ଘନ
– ଟିପ୍ ଟପ୍ ଟମାଟୋ ସସ୍ ଅସୁରକ୍ଷିତ ଏବଂ ନିମ୍ନମାନର
– ଟିପ୍ ଟପ୍ ଟମାଟୋ ସସରେ ସିନ୍ଥେଟିକ୍ କଲର ମିଶ୍ରଣ ହେଉଛି
-ହଳଦିଆ ରଙ୍ଗ ମିଶ୍ରଣ ହେଉଥିବା ଯାଂଚରେ ରିପୋର୍ଟରେ ପ୍ରକାଶ
-ଟମାଟୋ ସସ୍ରେ ସର୍ବନିମ୍ନ ୨୫% ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ରହିବା ଆବଶ୍ୟକ
-ମାତ୍ର ଟିପ୍ ଟପ୍ ଟମାଟୋ ସସରେ ମାତ୍ର ୧୧.୩% ମିଶ୍ରଣଯୋଗ୍ୟ କଠିନ ପଦାର୍ଥ ରହୁଛି

-ପ୍ରାଇମ୍ ଚିଲି ସସ୍ ନିମ୍ନ ମାନର
-ପ୍ରାଇମ୍ ଚିଲି ସସରେ ମିଶ୍ରିତ ଉପାଦାନର ଅନୁପାତ ଠିକ୍ ରହୁନି
-ଏଥିରେ ଏସିଟିକ୍ ଏସିଡର ମାତ୍ରା ନିର୍ଦ୍ଧାରିତ ଅନୁପାତରୁ କମ୍ ରହୁଛି
-ସର୍ବନିମ୍ନ ୧% ଏସିଟିକ୍ ଏସିଡ୍ ବଦଳରେ ରହୁଛି ମାତ୍ର ୦.୬%
– ମିଶ୍ରଣ ଯୋଗ୍ୟ କଠିନ ପଦାର୍ଥ ୮% ବଦଳରେ ରହୁଛି ମାତ୍ର ୫.୮%
ବ୍ରାଣ୍ଡେଡ୍ ସସ୍ ଭାବି ଯଦି ଆପଣ ନିଶ୍ଚିତରେ ବଜାରରୁ ଆଣି ଏସବୁ ସସ୍ ଖାଉଛନ୍ତି, ତାହେଲେ ସାବଧାନ । କାରଣ ଏହା ବିଭିନ୍ନ ମାରାତ୍ମକ ରୋଗର କାରଣ ବି ହୋଇପାରେ । ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୧୧ ଅନୁଯାୟୀ ଜୋରିମାନା ଓ ଜେଲ୍ ଭଳି ବ୍ୟବସ୍ଥା ଥିବାବେଳେ କିଛି ଅସାଧୁ ବ୍ୟବସାୟୀ ସରକାରୀ ଆଖିରୁ ଖସିଯାଉଛନ୍ତି କିଭଳି ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ।