ସଙ୍କଟରେ ଇଣ୍ଡିଗୋ ବିମାନ କମ୍ପାନୀ । ପାଇଲଟ ଅବାବ ଯୋଗୁଁ ୨ଦିନ ହେବ ବାତିଲ କରୁଛି କେତେ ବିମାନର ଉଡାଣ

ଦେଶର ଅଗ୍ରଣୀ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ସଙ୍କଟରେ ପଡିଯାଇଛି

56

କନକ ବ୍ୟୁରୋ : ସୁଲଭ ଦରରେ ବିମାନ ସେବା ଯୋଗାଇଦେଉଥିବା ଦେଶର ଅଗ୍ରଣୀ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ସଙ୍କଟରେ ପଡିଯାଇଛି । ପାଇଲଟ୍ ଅଭାବ ଯୋଗୁଁ ଏହା ଦୁଇ ଦିନ ହେଲାଣି କିଛି ବିମାନର ଉଡାଣ ବାତିଲ କରୁଛି । ମଙ୍ଗଳବାର ଏହାର ୩୦ଟି ବିମାନର ଉଡାଣ ବାତିଲ ହୋଇଥିଲା । ବୁଧବାର ଆଉ ୪୯ଟି ବିମାନର ଉଡାଣ ବାତିଲ ହୋଇଛି । ଫେବୃଆରୀରେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଚଳିତ ମାସରେ ପ୍ରତିଦିନ କମ୍ପାନୀ ୩୦ଟି ବିମାନର ଉଡାଣ ବାତିଲ କରିବ ବୋଲି କହିଛି ।

ପାଇଲଟ୍ ଅଭାବ ଏକ ସମସ୍ୟା ହୋଇଥିବା ବେଳେ ପାଣିପାଗ ଏବଂ ବିଭିନ୍ନ ବିମାନ ବନ୍ଦରରେ ଚାଲିଥିବା ନୋଟିସ ଟୁ ଏୟାରମ୍ୟାନ୍ ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି । ଏଥିପାଇଁ କମ୍ପାନୀ ପାଖରେ ଯେଉଁ ସଦସ୍ୟମାନେ ରହିଛନ୍ତି ସେମାନଙ୍କ ରୋଷ୍ଟରକୁ ବଦଳାଇବାକୁ ପଡୁଛି । ଯାହାର ପ୍ରଭାବରେ ବିମାନ ବାତିଲ ହେଉଛି । ଇନ୍ଧନ ଦର ବୃଦ୍ଧି ବି ବିମାନ ବନ୍ଦ ପଛର ଆଉ ଏକ କାରଣ ବୋଲି ଜଣାପଡିଛି ।