କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବିସ୍ଫୋରକ ବୟାନ ! କହିଲେ,ବିଜେପି ଆଡକୁ ଢଳୁଛନ୍ତି ବିଜେଡିର ପୂର୍ବତନ ସାଂସଦ,ବିଧାୟକ ଓ ବରିଷ୍ଠ ନେତା

26

କନକ ବ୍ୟୁରୋ : ବିଜେଡି ସାଂସଦ ବିଜେପି ଆଡକୁ ଢଳିବା ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ୪ଟି ରାଜ୍ୟରେ ନିର୍ବାଚନ ଫଳାଫଳ ପରେ ଅନେକ ଦଳର ବରିଷ୍ଠ ନେତା ବିଜେପି ଆଡକୁ ମୁହାଁଇଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ, ବିଧାୟକ ଓ ବରିଷ୍ଠ କାର୍ଯ୍ୟକତା ଅଛନ୍ତି ।

ବିଜେପିର ସଫଳତା ଦେଖି ଅନ୍ୟ ଦଳର ନେତାମାନେ ଗମ୍ଭୀରତାର ସହ ଆଲୋଚନା କରୁଛନ୍ତି । ଆମେ କୌଣସି ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁନୁ । ବିଜେଡିର ଅନ୍ତଃକନ୍ଦଳ ଯୋଗୁ ସେ ଦଳ ଭାଙ୍ଗିବ । ୧୯୯୬-୯୭ ମସିହାର ପୁନରାବୃତି ହେବ । ସେତେବେଳେ ନିର୍ବାଚନ ହାରି ଜନତା ଦଳ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ବିଜୁ ଜନତା ଦଳ ସେଭଳି ହେବ ବୋଲି କହିଛନ୍ତି ଜୁଏଲ ଓରାମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-