ଆଇଫୋନ୍ ବଦଳରେ ସାବୁନ ଦେଇଥିଲା ସ୍ନାପଡିଲ୍ । ଏମିତି ଭୁଲ୍ ପାଇଁ ଏବେ ଦେବ ୧ ଲକ୍ଷ ଟଙ୍କା ଜୋରିମାନା ।
କନକ ବ୍ୟୁରୋ : ଦୁଇ ବର୍ଷ ତଳେ ପରବୀନ କୁମାର ଶର୍ମା ସ୍ନାପ୍ଡିଲରୁ ଏକ ଆଇଫୋନ ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ଅର୍ଡର ମିଳିବା ପରେ ଭିତରେ ସାବୁନ ଥିବା ଦେଖିଥିଲେ ପରବୀନ । ଏବେ କମ୍ପାନି ନିଜର ଭୁଲ ପାଇଁ ୧ଲକ୍ଷ ଟଙ୍କାର ଜରିମାନା ଦେବାକୁ ଯାଉଛି । ମୋହାଲି ଖାଉଟି ସୁରକ୍ଷା ମଞ୍ଚ କମ୍ପାନିକୁ ଏହି ଆଦେଶ ଦେଇଛି । ସ୍ନାପଡିଲ୍ ସହ ବିକ୍ରେତା ପିୟୁଷ ଫ୍ୟାସନ ଓ କୋରିୟର ସଂସ୍ଥା ବ୍ଲୁ ଡାର୍ଟ ମଧ୍ୟ ମିଶି ଜରିମାନା ଦେବେ ବୋଲି ଜଣା ପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପରବୀନଙ୍କ ଅନୁଯାୟୀ, ସେ ମାର୍ଚ୍ଚ ୪ରେ ଆଇଫୋନ-୭ପ୍ଲସ୍ ଅର୍ଡର କରିଥିଲେ । ଏହାର ଦୁଇ ଦିନ ପରେ ପରବୀନଙ୍କୁ ଅର୍ଡର ଡେଲିଭର କରାଯାଇଥିଲା । ଭିତରେ ଆଇଫୋନ-୭ପ୍ଲସ୍ ବଦଳରେ ସାବୁନ ଥିବା ଦେଖି ସ୍ନାପ୍ଡିଲରେ ଅଭିଯୋଗ କରିଥିଲେ ପରବୀନ । କିନ୍ତୁ ଏ ନେଇ କମ୍ପାନି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯାହା ପରେ ପରବୀନ ମୋହାଲି ଖାଉଟି ସୁରକ୍ଷା ମଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କମ୍ପାନିକୁ ଏବେ ଜରିମାନା ଆକାରରେ ୧ଲକ୍ଷ ଟଙ୍କା ଦେବାକୁ ଆଦେଶ ଦିଆଯାଇଛି । ସ୍ନାପ୍ଡିଲ ଅନୁଯାୟୀ, ୮ ମାସ ମଧ୍ୟରେ କମ୍ପାନି ଭୁଲ ଜିନିଷ ବିକ୍ରି କରୁଥିବା ୮,୦୦୦ ବିକ୍ରେତାଙ୍କୁ ନିଜ ସାଇଟ୍ରୁ ହଟାଇ ଦେଇଛି ।