ଶୀତଦିନରେ ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘର ଭିତରକୁ ସାପ ଭଳି ବିଷାକ୍ତ ସରିସୃପ ପଶିଆସନ୍ତି । ଆପଣ ଏହି ଋତୁରେ ଅଧିକାଂଶ ଲୋକଙ୍କ ଘରୁ ସାପ ବାହାରୁଥିବା ମଧ୍ୟ ଦେଖିଥିବେ । ବେଳେବେଳେ ଏମିତି ହୁଏ ଯେ ଅଜାଣତରେ ଘରେ ସାପ ରହିଯାନ୍ତି ଏବଂ ଶୋଇଥିବା ବେଳେ ଚୋଟ ମାରିଯାନ୍ତି । ତେବେ ଯେତେ ବଳଶାଳୀ ଲୋକଟିଏ ହୋଇଥିଲେ ହେଁ ସାପ ଭଳି ଜନ୍ତୁକୁ ଦେଖି ସମସ୍ତେ ଭୟ ପାଇଥାନ୍ତି ।
ଆପଣ ଜାଣିଥିବେ କି ନାହିଁ କିନ୍ତୁ ଘରେ ସାପ ବାହାରିବା ପରେ ଯଦି ତାକୁ ମାରିଦିଆଯାଏ ତେବେ ଏହାର ଏକ ଗନ୍ଧ ଘରେ ହିଁ ଅଟକି ଯାଏ ଯାହାର ଆକର୍ଷଣରେ ଅନ୍ୟାନ୍ୟ ସାପ ମଧ୍ୟ ଟାଣି ହୋଇ ସେହି ସ୍ଥାନକୁ ଯାଆନ୍ତି । ଏଭଳି ସ୍ଥିତିରେ ଯଦି ପୂର୍ବରୁ ହିଁ ଘରେ ସାପ ନ ପଶିବା ପାଇଁ ପଦକ୍ଷେପ ନିଆଯାଏ ତେବେ ଆପଣ ଏହି ସମସ୍ୟାରୁ ପରିବାରକୁ ରକ୍ଷା କରିପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ତେଲ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ଚାରିଆଡେ ଚିଞ୍ଚନ କରିବା ଦ୍ୱାରା ଆପଣ କିଛି ମାତ୍ରାରେ ଏଥିରୁ ଉପସମ ପାଇପାରିବେ । କିରୋସିନି ଯାହାକୁ ମାଟି ତେଲ ମଧ୍ୟ କୁହାଯାଏ । ଆପଣ ନିଜ ଘର ଚାରିପାଖେ କମ୍ ମାତ୍ରାରେ କିରୋସିନି ପକାନ୍ତୁ । ଅଧିକ କିରୋସିନି ଦ୍ୱାରା ନିଆଁ ଲାଗିବାର ଡର ଲାଗିରହେ ତେଣୁ ଖୁବ୍ କମ୍ ମାତ୍ରାରେ ହିଁ ଘରର ପ୍ରତି କୋଣରେ ପକାନ୍ତୁ । ମନେ ରଖନ୍ତୁ ଏହାର ଗନ୍ଧ ହିଁ ସରୀସୃପଙ୍କୁ ଘରକୁ ଆସିବା ପାଇଁ ରୋକିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/SNAKE-MEDICINE.jpg)
/kanak/media/post_attachments/wp-content/uploads/2019/01/v4-728px-Get-Rid-of-Snakes-Step-1-Version-2-300x169.jpg)
/kanak/media/post_attachments/wp-content/uploads/2019/01/health-benefits-of-food-17-300x199.jpg)