ଚାରିଆଡେ ଲାଗିଥିଲା ନିଆଁ , କିନ୍ତୁ ପ୍ରସବ ପୀଡାରେ ଛଟପଟ ହେଉଥିଲେ ଗର୍ଭବତୀ ! ନିଜ ଜୀବନକୁ ଖାତିର ନକରି ଡେଲିଭରୀ କଲେ ଚକ୍ଷୁ ଡାକ୍ତର ।

373

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ର ଚକ୍ଷୁ ହସ୍ପିଟାଲ ଇତିହାସରେ ଏକ ଘଟଣା ପ୍ରଥମ ଥର ପାଇଁ ଦେଖାଯାଇଛି । ଅପରେସନ ଥିଏଟରରେ ଦୁଇ ମହିଳା ୨ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏମ୍ସ ହସ୍ପିଟାଲରେ ଗତ ଶନିବାର ଦିନ ଅଗ୍ନିକାଣ୍ଡ ଘଟିବା ପରେ ରୋଗୀ ଓ ସେମାନଙ୍କର ସଂପର୍କୀୟ ଭୟଭୀତ ହୋଇଯାଇଥିଲେ । ଏହି ସମୟରେ ଏମ୍ସର ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ମହିଳା ଏବଂ ପ୍ରସୂତି ବିଭାଗର ଗର୍ଭବତୀ ମହିଳାମାନଙ୍କୁ ବାହାର କରାଯାଇ ଆରପି ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ସମୟରେ ୨ ଜଣ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏହାଜାଣିପାରି ଚକ୍ଷୁ ଡାକ୍ତର ଓ ନର୍ସମାନେ ପ୍ରସୂତି ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତା ନେଇଥିଲେ । ଉଭୟ ମହିଳାଙ୍କୁ କେନ୍ଦ୍ରର ପଞ୍ଚମ ମହଲାସ୍ଥିତ ଅପରେସନ ଥିଏଟରକୁ ନିଆଯାଇଥିଲା । ସେଠାରେ ଅପରେସନ କରାଯାଇଥିଲା । ଆରପି ସେଣ୍ଟରର ମେଡିକାଲ ଅଧୀକ୍ଷକ ଡାକ୍ତର ଶକ୍ତି ଗୁପ୍ତା କହିଛନ୍ତି, ସେଣ୍ଟରର ୫ମ ମହଲାର ଅପରେସନ ଥିଏଟରରେ ଉଭୟ ମହିଳା ଶିଶୁ ଜନ୍ମ ଦେଇଛନ୍ତି । ଏଥିମଧ୍ୟରୁ ଗୋଟିଏ ଶିଶୁକନ୍ୟା ଓ ଅନ୍ୟଟି ଶିଶୁପୁତ୍ର ଏବଂ ଉଭୟ ଶିଶୁ ଓ ମା’ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି।