ସ୍ମାର୍ଟ ସିଟିର ସ୍ମାର୍ଟ ବୋହୂ : ଘର ଓ ଜମି ହଡ଼ପ ପାଇଁ ଜୀଅନ୍ତା ଶାଶୁକୁ ମାରିଦେଲେ ବୋହୂ

16

କନକ ବ୍ୟୁରୋ : ସ୍ମାର୍ଟ ସିଟିର ସ୍ମାର୍ଟ ବୋହୂ । ବୋହୂ ୪୨୦ । ଶାଶୁଙ୍କ ସଂପତ୍ତି ହଡ଼ପ ପାଇଁ ନିଜ ଜୀଅନ୍ତା ଶାଶୁଙ୍କୁ ମାରି ଦେଇଛନ୍ତି ବୋହୂ । ୧୦ ଡିସେମ୍ବର ୨୦୧୬ ମସିହାରୁ ନିଜ ଶାଶୁ ସୁଲୋଚନା ମିଶ୍ରଙ୍କୁ ମୃତ ଘୋଷଣା କରି ସରକାରୀ ଖାତାରେ ମାରି ଦେଇଛନ୍ତି । ୭ ମାର୍ଚ୍ଚ ୨୦୧୭ରୁ ଏହି ସାର୍ଟିଫିକେଟ ହାସଲ କରିବା ପରେ, ଜମି ହଡପ ପକ୍ରିୟା ଆରମ୍ଭ କରିଥିଲେ ଏହି ୪୨୦ ବୋହୁ । ହେଲେ ଠିକ ସମୟରେ ଥାନାରେ ହାଜର ହୋଇଯାଇଥିଲେ ସରକାରୀ ଖାତାରେ ମରି ଯାଇଥିବା ଶାଶୁ ।

ଖାଲି ସେତିକି ନୁହେଁ ୧୨ ଅଗଷ୍ଟ ୨୦୧୬ରେ ନିଜ ଜୀବନ୍ତ ଶ୍ୱଶୁରଙ୍କୁ ବି ମାରି ଦେଇଥିଲେ ଏହି ବୋହୂ । ଜୀବନ୍ତ ଥିବା ଶ୍ୱଶୁର ବିଦ୍ୟାଧର ମିଶ୍ରଙ୍କୁ ବି ବୋହୂ ସରକାରୀ ଖାତାରେ ମାରି ଦେଇଥିଲେ । କିନ୍ତୁ ତାଙ୍କୁ ଶ୍ୱଶୁର ଏହାର ୪ ଦିନ ପରେ, ଦେହତ୍ୟାଗ କରିଥିଲେ । ଜମି ପାଇଁ ଡେଥ୍ ସାର୍ଟିଫିକେଟ ଦାଖଲ କରିବା ପରେ, ଥାନାରେ ଏହି ୪୨୦ ବୋହୂଙ୍କ ନାମରେ ଏତଲା ଦେଇଥିଲେ ତାଙ୍କ ଦେଢଶୁର ଦୀନବନ୍ଧୁ ମିଶ୍ର । ଆଉ ତାପରେ ପୁଲିସ ଏହି ବୋହୂଙ୍କୁ ଗିରଫ କରିଛି ।