ସ୍ମାର୍ଟ ସିଟି ଯୋଜନାକୁ ବର୍ଷେ : ଭିଡିଓ କନଫରେନ୍ସିଂ ଜରିଆରେ ୨୦ଟି ସହରର କର୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ମୋଦି

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ସ୍ମାର୍ଟ ଯୋଜନାକୁ ବର୍ଷେ ପୂରିଛି । ଏହି ଅବସରରେ ଆଜି ୨୦ଟି ଯାକ ସହର କର୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଣେରେ ଉପସ୍ଥିତ ରହି ସ୍ମାର୍ଟ ସିଟି ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ଭୁବନେଶ୍ୱରରେ ନଗର ଉନ୍ନୟନ ମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଦୁଇ ବିଧାୟକଙ୍କ ସମେତ ମେୟର ଓ କମିଶନର ଉପସ୍ଥିତ ଅଛନ୍ତି । ସେପଟେ ଆଜି ଉଦଘାଟିତ ହେଉଛି ଭୁବନେଶ୍ୱର- ୱାନ୍ ମୋବାଇଲ ଆପ୍ଲିକେସନ୍ । ଏହି ପ୍ରକଳ୍ପ ଦ୍ୱାରା ରାଜଧାନୀବାସୀଙ୍କୁ ମୋବାଇଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ମିଲିପାରିବ । ବିଡିଏ ପକ୍ଷରୁ ପ୍ରସ୍ତୁତ ଏହି ମୋବାଇଲ ଆପ୍ଲିକେସନ ପାଇଁ ଇଲୋକଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଏକ ସର୍ଭର ପ୍ରସ୍ତୁତ କରାଯିବ ।