ଅବହେଳାରେ ଓସ୍କାର ପୁରସ୍କାର ପ୍ରାପ୍ତ ସିନେମାର ବାଳ କଳାକାର : ବସ୍ତି କୁଡିଆରେ ଅବହେଳିତ ଅବସ୍ଥାରେ ବିତୁଛି ଜୀବନ , ସାହାଯ୍ୟ ପାଇଁ ଗୁହାରି କଲେ ମା’ । 

266

ଓସ୍କାର ଆୱାର୍ଡ ପୁରସ୍କାର ପ୍ରାପ୍ତ ସିନେମାର କଳାକାର ଅଜହରୁଦ୍ଦିନ ଇସ୍ମାଇଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଡୈନୀ ବାୟଲଙ୍କ ଫିଲ୍ମ “ସ୍ଲମଡଗ୍ ମିଲିୟନ”ରେ ଅଜହରୁଦ୍ଦିନ ବାଳ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଜରିଆରେ ତାଙ୍କୁ ଅନେକ ସଫଳତା ମିଳିଥିଲା । ଏକ ଗରିବ ପରିବାରରୁ ଆସିଥିବା ଅଜହରୁଦ୍ଦିନ ଇସ୍ମାଇଲଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଥିଲେ ଦର୍ଶକ । 

ସୂଚନାନୁସାରେ, ୮ ଓସ୍କାର ଆୱାର୍ଡ ଜିତିଥିବା ସ୍ଲମଡଗ ମିଲିୟନକୁ ଜବରଦସ୍ତ ସଫଳତା ମିଳିଥିଲା । ଏହା ପରେ ଫିଲ୍ମର ଡାଇରେକ୍ଟର ଡୈନି ବାୟଲ ‘ଜୟ ହୋ’ ନାମକ ଟ୍ରଷ୍ଟ ଖୋଲିଥିଲେ । ଏହି ଟ୍ରଷ୍ଟ ବାଳ କଳାକାର ଅଜହର ଓ ରୁବିନା କୁରୈସୀଙ୍କୁ ମାସିକ ଭତ୍ତା ପ୍ରଦାନ କରିଥିଲା । ଯାହା ତାଙ୍କୁ ଆର୍ଥିକ ଦିଗରେ ଅନେକ ସହାୟତା କରିଥିଲା । ସ୍ଲମଡଗ ମିଲିୟନ ଫିଲ୍ମଟିକୁ ଏଥିମଧ୍ୟରେ ୧୦ ବର୍ଷ ବିତିଯାଇଛି ଏବଂ ଦୁର୍ଭାଗ୍ୟର କଥା ପୁଣି ଥରେ ପୁରୁଣା ସ୍ଥିତିକୁ ଫେରିଆସିଛନ୍ତି ଅଜହର । ବିଗତ କିଛି ଦିନ ଭିତରେ ଏହି ଅଭିନେତା ନା କେବଳ ନିଜର ଲୋକପ୍ରିୟତା ହରାଇଛନ୍ତି ବରଂ ଆର୍ଥିକ ଦିଗରେ ବାସହରା ହୋଇପଡିଛନ୍ତି । ବର୍ତ୍ତମାନ ସେ ଏବେ ବାନ୍ଦ୍ରା ସ୍ଥିତ ବସ୍ତୀରେ କୁଡିଆରେ  ବସବାସ କରୁଛନ୍ତି । ଏହାରି ମଧ୍ୟରେ ଅଜହର ମାଙ୍କ କହିବା ମୁତାବକ , ତାଙ୍କ ପୁଅର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ପୁଅର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଅଜହର ୧୮ ବର୍ଷର ହେବା ପରେ ଟ୍ରଷ୍ଟି ମଧ୍ୟ ଭତ୍ତା ଦେବା ବନ୍ଦ କରିଦେଇଥିଲା । ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ଏପରିକି ଘର ଚଳିବା ମଧ୍ୟ କଷ୍ଟକର ହୋଇପଡିଛି । ଅଜହରଙ୍କ କୋ-ଷ୍ଟାର ରୁବିନା କୁରୈସୀ ଅନ୍ୟ ଫ୍ଲାଟକୁ ସ୍ଥାନାନ୍ତର ହୋଇସାରିଲେଣି । ଏବେ ସେ ତାଙ୍କ ମାଙ୍କ ସହିତ ରହୁଛନ୍ତି । ୨୦ ବର୍ଷିୟା ରୁବିନା ମେକଅପ ଆର୍ଟିଷ୍ଟ ଅଛନ୍ତି । ଏଥିସହିତ ସେ ଫ୍ୟାସନ ଡିଜାଇନର କୋର୍ସ ମଧ୍ୟ କରୁଛନ୍ତି । ରୁବିନାଙ୍କ ପିତା ସେହି ଫ୍ଲାଟରେ ଦ୍ୱିତୀୟ ପତ୍ନୀ ଓ ପିଲାଙ୍କ ସହିତ ରହୁଛନ୍ତି ।