ଜାପାନ ଜାହାଜରେ ଫଶିଛି ଭାଇ, ମାଲକାନଗିରିରେ ଭଉଣୀ କରୁଛି ପୂଜାର୍ଚ୍ଚନା । ଭାଇକୁ ସୁରକ୍ଷିତ ଫେରାଇଆଣିବାକୁ ଜାଳିଲେ ଦୀପ ।

334

କନକ ବ୍ୟୁରୋ: ଜାପାନରେ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫଶି ରହିଛନ୍ତି ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ । ଜାହାଜରେ ଥିବା ୬୨୧ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ଜାପାନର ୟୋକୋହମା ଜଳସୀମାରେ ଏହି ଜାହାଜ ଅଟକି ରହିଛି । ଜାହାଜରେ ଥିବା ୩୭୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୨୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରେ ୬ ଜଣ ଭାରତୀୟ ଅଛନ୍ତି ।

ଶିବାଶିଷ ଗୁରଗାଓଁ ଠାରେ ହ୍ୟୁଗସ ସାଇସଟେକ ପ୍ରାଇଭେଟ ଲିମିଟେଡରେ ଜଣେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିଲେ । କମ୍ପାନୀ ନିର୍ଦ୍ଦେଶରେ ଶିବାଶିଷ ଓ ଅନ୍ୟ ୫ ସହଯୋଗୀ ଜାନୁଆରୀ ୧୦ ତାରିଖରୁ ନୂଆଦିଲ୍ଲୀରୁ ବିମାନରେ ବାହାରି ମାଲେସିଆ ପହଚିଂଥିଲେ । ଶିବାଶିଷଙ୍କ ରକ୍ତ ନମୂନା ନେଗେଟିଭ୍ ଥିବା ସତ୍ୱେ କେବେ ସେ ଘରକୁ ଫେରିବେ, ଏ ନେଇ ଆଶଙ୍କା ଭିତରେ ରହିଛନ୍ତି । ଯାହାର ରକ୍ତ ନମୂନା ନେଗେଟିଭ୍ ଥିବ, ସେମାନଙ୍କୁ ଫେବ୍ରୁଆରୀ ୧୯ ତାରିଖରେ ଜାହାଜରୁ ମୁକ୍ତ କରାଯିବ ବୋଲି କହିଥିଲେ ଜାପାନ ସରକାର ।

ତେବେ ଜାପାନ ସରକାର ନିଷ୍ପତି ବଦଳାଇବା ପରେ ଚିନ୍ତାରେ ପଡିଛନ୍ତି ଶିବାଶିଷ । ବ୍ରହ୍ମପୁରରେ ଶିବାଶିଷଙ୍କ ପରିବାରରେ ପଡିଛି କାନ୍ଦବୋବାଳି । ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ଏପଟେ ମାଲକାନିଗିରିରେ ଶିବାଶିଷଙ୍କ ଭଉଣୀ ଭାଇର ସୁରକ୍ଷିତ ଫେରିବା କାମନା କରି ମାଲକାନଗିରିରେ ପୂଜାର୍ଚ୍ଚନା କରିଛନ୍ତି ।