ବିଦେଶରେ ଫସିଲେ ଦେଶୀ ସିଙ୍ଗର : ଯୌନ ନିର୍ଯାତନା ମାମଲାରେ ଦୁବାଇରେ ମିକା ସିଂ ଗିରଫ

ବ୍ରାଜିଲିଆନ୍ ଯୁବତୀଙ୍କୁ ଅଶାଳୀନ ଫଟୋ ପଠାଇବା ଅଭିଯୋଗ । 

379

ଯୌନ ନିର୍ଯାତନା ମାମଲାରେ ବଲିଉଡର ତାରକା ସିଙ୍ଗର ମିକା ସିଂ ଦୁବାଇରେ ଗିରଫ । ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ୍ ଯୁବତୀଙ୍କୁ ଅଶାଳୀନ ଫଟୋ ଫଟାଇବା ଅଭିଯୋଗରେ ମିକାଙ୍କୁ ଅଟକ ରଖିଛି ୟୁଏଇ ପୁଲିସ । ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ପାଇଁ ଦୁବାଇ ଯାଇଥିଲେ ମିକା ସିଂ । ସେଠି ଏହି ଯୁବତୀ ଜଣଙ୍କୁ ଅଶାଳୀନ ଫଟୋ ପଠାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନରେ ଅଭିଯୋଗ କରିବା ପରେ ମିକାଙ୍କୁ ଅଟକ ରଖିଥିଲା ପୁଲିସ୍ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ରାତି ୩ଟାରୁ ମିକାକୁ ଅଟକ ରଖିଥିଲା ପୁଲିସ୍ ଏବଂ ପରେ ଗିରଫ କରିଛି । ଏହି ମାମଲାରେ ପୁଲିସ ତାଙ୍କୁ ଜେରା ମଧ୍ୟ କରିଛି ।

ମିକାଙ୍କ ଏଭଳି ବିବାଦ ସହିତ ପୁରୁଣା ସଂପର୍କ ରହିଛି । ବର୍ଷ ୨୦୧୬ରେ ମୁମ୍ବାଇର ଜଣେ ମଡେଲ ମିକାଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହା ପୂର୍ବରୁ ଦିଲ୍ଲୀରେ ଏକ ଇଭେଣ୍ଟ ସମୟରେ ଜଣେ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିବା ପାଇଁ ତାଙ୍କୁ ଗିରଫ  କରାଯାଇଥିଲା । ପୂର୍ବରୁ ରାକ୍ଷୀ ସାୱନ୍ତକୁ ପବ୍ଲିକ ପ୍ଲେସରେ ଚୁମ୍ପନ ଦେଇ ଅଡୁଆରେ ପଡ଼ିଥିଲେ ମିକା  ।