ମାତ୍ର ଏକ ମିନିଟରେ ପାଆନ୍ତୁ ହଜି ଯାଇଥିବା ସ୍ମାର୍ଟଫୋନ୍ ! ଜାଣନ୍ତୁ କିପରି

108

ଯଦି ଆପଣଙ୍କ ଫୋନ୍ ହଜିଯାଇଛି କିମ୍ବା କେଉଁଠି ଛାଡି ଦେଇଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ମାତ୍ର ୧ ମିନିଟରେ ପାଇ ପାରିବେ ନିଜର ହଜି ଯାଇଥିବା ପ୍ରିୟ ମୋବାଇଲ୍ । ଏଥିପାଇଁ ଗୁଗୁଲ୍ ଆଣି ଦେଇଛି ଏକ ନିଆରା ଫିଚର୍ । ଯାହାର ବ୍ୟବହାର ଦ୍ୱାରା ମାତ୍ର ୧ ମିନିଟ୍ ଭିତରେ ପାଇ ପାରିବେ ଆପଣଙ୍କ ମୋବାଇଲ୍ । ତେବେ ଜାଣନ୍ତୁ ଏହି ଫଚରର ବ୍ୟବହାର ଏବଂ କେମିତି ପାଇବେ ହଜିଥିବା ମୋବାଇଲ୍ ।

• ପ୍ରଥମେ କମ୍ପ୍ୟୁଟରରେ ଗୁଗୁଲର ହୋମ୍ ପେଜ୍ ଖୋଲନ୍ତୁ । ଏଥିରେ ସେହି ଗୁଗୁଲ୍ ଏକାଉଂଟ ଆଇଡିରେ ସାଇନ୍ ଇନ୍ କରନ୍ତୁ ଯାହା ଆପଣଙ୍କ ହଜିଥିବା ମୋବାଇଲରେ ପଞ୍ଜିକରଣ କରିଛନ୍ତି ।

• ଏହା ପରେ ଗୁଗୁଲ୍ ହୋମ୍ ପେଜର ସର୍ଚ୍ଚ ବାରକୁ ଯାଇ ଟାଇପ୍ କରି ସର୍ଚ୍ଚ କରନ୍ତୁ ‘ ହ୍ୱେୟାର୍ ଇଜ୍ ମାଇଁ ମୋବାଇଲ୍’ । ଯେମିତି ହିଁ ଆପଣ ଏହା ଲେଖି ସର୍ଚ୍ଚ କରିବେ ସାଙ୍ଗେ ସାଙ୍ଗେ ଏକ ମ୍ୟାପ୍ ସାମ୍ନାକୁ ଆସିଯିବ ।

• କିଛି ସମୟ ମଧ୍ୟରେ ଏହି ମ୍ୟାପରେ ଆପଣଙ୍କୁ ଆପଣଙ୍କ ମୋବାଇଲର ଲୋକେସନ୍ ଦେଖାଯିବ । ଗୁଗୁଲ୍ ଆପଣଙ୍କ ସ୍ମାଟ୍ ଫୋନର ଲୋକେସନ୍ ଖୋଜି ଆପଣଙ୍କୁ ଜଣାଇବ କେଉଁ ଏରିୟାରେ ଏହା ଅଛି ।

• ଯଦି ଆପଣ କେଉଁଠାରେ ଛାଡି ଦେଇଛନ୍ତି ତେବେ ଏହି ଫିଚର୍ ମଧ୍ୟ ଜଣାଇ ଦେବ ଯେ କେଉଁ ସ୍ଥାନରେ ଅଛି ମୋବାଇଲ୍ ।

• ଯଦି ଆପଣ ମୋବାଇଲକୁ ଘରେ କେଉଁଠି ରଖି ପାଉ ନାହାଁନ୍ତି ତେବେ ଏହି ଫିଚର ଜରିଆରେ ରିଙ୍ଗ୍ କରି ପାରିବେ । ଏପରିକି ଯଦି ମୋବାଇଲ୍ ସାଇଲେଂଟ୍ ଅଛି ତେବେ ବି ରିଙ୍ଗ୍ ହେବ । ମାତ୍ର ବ୍ୟାଟେରୀ ସରି ଯାଇଥିଲେ ଏହି ଫିଚର୍ କାମ କରିବ ନାହିଁ । ରିଙ୍ଗ୍ ଅପସନ୍ ମ୍ୟାପର ତଳେ ଥାଏ ।

• ଏହି ପୁରା ପ୍ରକ୍ରିିୟା ଗୁଗୁଲର ଡିଭାଇସ୍ ମ୍ୟନେଜରର ଏକ ଅଂଶ ଅଟେ । ତେଣୁ ଆପଣ ସିଧା ଗୁଗୁଲ୍ ଡିଭାଇସ୍ ମ୍ୟାନେଜରକୁ ଯାଇ ମଧ୍ୟ ଏପରି କରି ପାରିବେ । ଏହା ସହ ସେଠାରେ ଆପଣଙ୍କୁ ଫୋନ୍ ଲକ୍ ଏବଂ କଟେଂଟ୍ ଉଡାଇବାର ବିକଳ୍ପ ମଧ୍ୟ ମିଳିବ ।

• ତେବେ ଆଇ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ରିକ୍ କାମ କରିବନି । ତେଣୁ ସେମାନେ ଆଇ କ୍ଲାଉଡ୍ ସାହାଯ୍ୟରେ ନିଜ ମୋବାଇଲ୍ ପାଇ ପାରିବେ ।

• ଆଇ କ୍ଲାଉଡ୍ ଖୋଲି ଆପଲ୍ ଆଇଡି କରିଆରେ ଲଗ୍ ଇନ୍ କରନ୍ତୁ ।

• ଲଗ ଇନ୍ ପରେ ଅନେକ ଆପ୍ ଆସିବ । ସେଥି ମଧ୍ୟରୁ ‘ଫାଇଣ୍ଡ ଆଇ ଫୋନ୍’ ରେ କ୍ଲିକ୍ କରନ୍ତୁ ।

• ଏହା ପରେ ଆପଣଙ୍କୁ ଏକ ମ୍ୟାପ୍ ଦେଖାଯିବ ଯେଉଁଥିରୁ ମୋବାଇଲର ଲୋକେସନ୍ ଜାଣିପାରିବେ ।

ତେବେ ଧ୍ୟାନ ଦିଅନ୍ତୁ ଉଭୟ ଏଣ୍ଡ୍ରୋୟଡ୍ ଏବଂ ଆଇଫୋନରେ ଏହି ଫିଚର ସେତେବେଳେ କାମ କରିବ ଯଦି ଆପଣଙ୍କ ଡିଭାଇସରେ ବ୍ୟାଟେରୀ ଏବଂ ଇଂଟରନେଟ୍ ଥିବ ।