ଅତ୍ୟଧିକ ତରଭୂଜ ଖାଉଛନ୍ତି କି ! ସ୍ୱାସ୍ଥ୍ୟପକ୍ଷେ ହୋଇପାରେ କ୍ଷତିକାରକ , ଜାଣନ୍ତୁ କେଉଁ ରୋଗକୁ ଆଣେ ଡାକି

109

ସମସ୍ତେ ଜାଣନ୍ତି ତରଭୂଜ ଖରାଦିନିଆ ଫଳ । ଏହାକୁ ଖାଇଲେ ଶରୀରରେ ପାଣିର ମାତ୍ରା ସନ୍ତୁଳିତ ରହିବା ସହ ଥଣ୍ଡା ରହିଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଅତ୍ୟଧିକ ତରଭୂଜ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଏବେ ନଜର ପକାନ୍ତୁ ଅତ୍ୟଧିକ ତରଭୂଜ କେଉଁ ରୋଗକୁ ଡାକି ଆଣିଥାଏ ।

• ତରଭୂଜରେ ପୋଟାସିୟମ୍ ଥାଏ । ତେଣୁ ଅତ୍ୟଧିକ ତରଭୂଜ ଖାଇଲେ ହୃଦ ଜନିତ ରୋଗ ହେବାର ସମ୍ଭବନା ଥାଏ ।

• ଗର୍ଭଧାରଣ ସମୟରେ ଆବଶ୍ୟକତା ଠାରୁ ଅଧିକ ତରଭୂଜ ଖାଇଲେ ସୁଗାର ସ୍ତର ବଢିଥାଏ । ତେଣୁ ମଧୁମେହ ହେବାର ସମ୍ଭାବନା ଥାଏ ।

• ଅତ୍ୟଧିକ ତରଭୂଜ ଖାଇଲେ ମାଂସପେଶୀ ଏବଂ କିଡନୀ ସହ ଜଡିତ ରୋଗ ହୋଇପାରେ ।

• ସେହିପରି ଅତ୍ୟଧିକ ତରଭୂଜ ଖାଇଲେ ବଦହଜମୀ , ଗ୍ୟାସ୍ ଏବଂ ଦେହ ହାତ ଫୁଲା ପରି ରୋଗ ହୋଇଥାଏ ।