ବାପା ମା’ ଛେଉଁଣ୍ଡ ‘ଶ୍ରୀୟା’ର ବର୍ତ୍ତମାନ ଠିକଣା, କୋରାପୁଟ ଦଶମନ୍ତପୁର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର

37

କନକ ବ୍ୟୁରୋ : ବାପା ମା’ ଛେଉଁଣ୍ଡ ‘ଶ୍ରୀୟା’ର ବର୍ତ୍ତମାନ ଠିକଣା, କୋରାପୁଟ ଦଶମନ୍ତପୁର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର । କଟକ ବଡ ମେଡିକାଲରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କୋରାପୁଟ ଫେରିଥିବା ଶିଶୁ କନ୍ୟାକୁ ଏବେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି । ତେବେ ଗତକାଲି ରାତିରେ ଶ୍ରୀୟା କୋରାପୁଟରେ ପହଂଚିବା ପରେ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ବାସଭବନରେ ରଖାଯାଇଥିଲା ।

ବୋରିଗୁମ୍ମା ଡାକ୍ତରଖାନା ଠାରୁ ଆରମ୍ଭ କରି କଟକ ମେଡିକାଲ ଯାଏଁ ଶ୍ରୀୟା ସହିତ ରହିଛନ୍ତି କେୟାର ଟେକର ସବିତା ଓ ସୁନିତା । ମା’ର ମୃତଦେହ ନିକଟରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ପ୍ରକୃତ ଠିକଣା ମିଳିନଥିବା ବେଳେ ସେ ଏବେଠୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରେ ରହିବ । ଶ୍ରୀୟା ଏବେ ସଂପୁର୍ଣ୍ଣ ସୁସ୍ଥ ଅଛି ।

ଆଇନ ଅନୁଯାୟୀ ବିଜ୍ଞାପନ ମାଧ୍ୟମରେ ପୋଷ୍ୟ ସନ୍ତାନ ନିମନ୍ତେ ଆହ୍ୱାନ କରାଯିବ ବୋଲି ସୂଚନା କହିଛନ୍ତି କେନ୍ଦ୍ରର ପରିଚାଳକ ସୈାମ୍ୟ ରଂଜନ ପଟ୍ଟନାୟକ । ଗତ ୧୧ ତାରିଖ ଦିନ ବୋରିଗୁମ୍ମା କୁମ୍ଭାରିଗୁଡାସ୍ଥିତ ଜଙ୍ଗଲରୁ ମୃତ ମହିଳାଙ୍କ ନିକଟରୁ ଶିଶୁକନ୍ୟା ଉଦ୍ଧାର କରାଯାଇଥିଲା ।