ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ । କହିଲେ, ଏଲଓସିରେ ପଶିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କାଶ୍ମୀରର ବର୍ତମାନ ସ୍ଥିତି ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା ।

847

କନକ ବ୍ୟୁରୋ : ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ । ପାକିସ୍ତାନ ସୀମା ଉଲ୍ଲଙ୍ଘନ କଲେ ସାଂଘାତିକ ପରିଣାମ ହେବ ବୋଲି ଚେତାଇ ଦେଇଛନ୍ତି ସେନାମୁଖ୍ୟ ବିପିନ ରାୱତ । ଯଦି ପାକିସ୍ତାନ ଏଲଓସିକୁ ଆସିବାକୁ ଚାହୁଁଛି ତାହେଲେ ଆସୁ, ହେଲେ ତାକୁ ଉଚିତ ଜବାବ ମିଳିବ ବୋଲି ସେ କହିଛନ୍ତି । ସେହିପରି ଜମ୍ମୁକାଶ୍ମୀରର ବର୍ତମାନର ସ୍ଥିତିକୁ ନେଇ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୂର୍ବ ଅପେକ୍ଷା କାଶ୍ମୀର ଲୋକଙ୍କ ସହ ଆମର କଥାବାର୍ତା ସାମାନ୍ୟ ହୋଇଛି । ବିନା ବନ୍ଧୁକରେ ଆମେ ତାଙ୍କୁ ଭେଟିଛୁ । ଆଶା କରୁଛୁ ଆଗକୁ ବି ବିନା ବନ୍ଧୁକରେ ସେମାନଙ୍କୁ ଭେଟୁଥିବୁ ।

ଧାରା ୩୭୦ ଉଚ୍ଛେଦ ପରେ ଏବେ ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା । ପାକିସ୍ତାନ ପତ୍ରକାର ଦାବି କରିଥିଲେ ଯେ ଭାରି ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନ ସେନା ଏଲଓସି ଆଡକୁ ଆସୁଛି । ଆଉ ସେମାନଙ୍କୁ ପିଓକେ ଲୋକ ସ୍ୱାଗତ କରୁଥିବା ମଧ୍ୟ ସେ ଦାବି କରିଥିଲେ । ଏହାସହ ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେଣୁ ଲଦାଖ ସୀମା ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିବା ସହ ପାକିସ୍ତାନ ସୈନ୍ୟଙ୍କ ଗତିବିଧୀ ଉପରେ ମଧ୍ୟ ଅନୁଧ୍ୟାନ କରୁଛି । ଆଉ ଏଭଳି ଚର୍ଚ୍ଚା ଭିତରେ ଆଜି ବିପିନ ରାୱତ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ।