ମଧ୍ୟପ୍ରଦେଶର ଜଣେ ଦୋକାନୀକୁ ଗ୍ରାହକଙ୍କ ଠାରୁ ୧୦ ଟଙ୍କିଆ ମୁଦ୍ରା ନେବାକୁ ମନା କରିବା ମହଙ୍ଗା ପଡିଲା । ଏଠାକାର ସ୍ଥାନୀୟ ଅଦାଲତ ସେହି ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ଆଦେଶ ଅବମାନନା କରିବାରୁ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କଲେ ଓ ୨୦୦ ଟଙ୍କା ଜରିମାନା ଦେବାକୁୁ ଆଦେଶ ଦେଲେ ।
ସୂଚନା ମୁତାବକ, ଗ୍ରାହକ ଆକାଶ ଜୈାରା ସହରର ବନିୟାପାରା ସ୍ଥିତ ଦୋକାନୀ ଅରୁଣ ଜୈନଙ୍କ ଦୋକାନରୁ ୧୭ ଅକ୍ଟୋବର ୨୦୧୭କୁ ଦୁଇଟି ରୁମାଲ କିଣିଥିଲେ । ଏହା ବଦଳରେ ସେ ୧୦-୧୦ ଟଙ୍କାର ଦୁଇଟି ମୁଦ୍ରା ଦୋକାନୀ ଦେଲେ । ୧୦ ଟଙ୍କିଆ ମୁଦ୍ରା ବଜାରରେ ଚଳୁନି ବୋଲି କହି ଦୋକାନୀ ଜଣକ ଗ୍ରାହକଙ୍କୁ ଫେରାଇ ଦେଇଥିଲେ ।
ଗ୍ରାହକ ଦୋକାନୀକୁ ଜଣାଇଥିଲେ ଯେ, ଜିଲ୍ଲାପାଳଙ୍କ ଆଦେଶ ଅଛି ଯେ ୧୦ ଟଙ୍କିଆ ମୁଦ୍ରାକୁ କେହି ନେବାକୁ ମନା କରିପାରିବେ ନାହିଁ ଓ ଏହି ମୁଦ୍ରା ବଜାରରେ ଚଳନୀୟ । ଏହାପରେ ବି ଦୋକାନୀ ଜଣକ ମାନି ନଥିଲେ । ଏହାପରେ ଗ୍ରାହକ ଆକାଶ ଜୈାରା ପୁଲିସ ଥାନାରେ ମାମଲା ରୁଜୁ କଲେ । ପୁଲିସ ଦୋକାନୀ ଅରୁଣ ଜୈନଙ୍କ ବିରୁଦ୍ଧରେ କଲେକ୍ଟର ଦ୍ୱାରା ମୁଦ୍ରା ଗ୍ରହଣ କରିବାକୁ ସ୍ୱୀକାର କରିବା ସମ୍ବନ୍ଧରେ ଜାରି ହୋଇଥିବା ଆଦେଶର ଉଲ୍ଲଙ୍ଘନ କରିବା ମାମଲା ରୁଜୁ କରି ଦୋକାନୀକୁ ଗିରଫ କରିନେଲେ ।
ମାମଲାର ଶୁଣାଣି ପରେ ଦୋକାନୀ ଅରୁଣ ଜୈନଙ୍କୁ ଆଇପିସି ଧାରା ୧୮୮ ଅଧିନରେ କଲେକ୍ଟରଙ୍କ ଆଦେଶର ଅବମାନନା କରିବାର ଦୋଷୀ ସାବ୍ୟସ୍ତ ହେଲେ ଓ ତାଙ୍କୁ କୋର୍ଟ ବନ୍ଦ ନହେବା ପର୍ଯ୍ୟନ୍ତ ଦଣ୍ଡ ତଥା ୨୦୦ ଟଙ୍କାର ଜରିମାନାରେ ଦଣ୍ଡିତ କଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/10-rupee-650_011018122904_1.jpeg)
/kanak/media/post_attachments/wp-content/uploads/2018/08/law-and-order-759-300x167.jpg)