ଜାଣନ୍ତୁ , କିଏ ଏହି ଶକ୍ତି ଭାର୍ଗବ ଯେ ବିଜେପି ହେଡକ୍ୱାର୍ଟରରେ ଜିବିଏଲ୍ ନରସିହ୍ମାଙ୍କ ଉପରକୁ ଜୋତା ଫୋପାଡିଲେ !

591

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଗୁରୁବାର ଦ୍ୱିପ୍ରହରରେ ପାର୍ଟି ପ୍ରବକ୍ତା ଜିବିଏଲ୍ ନରସିହ୍ମାଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫୋପାଡି ଥିଲେ । ଏହି ବ୍ୟକ୍ତି ଜଣକ କାନପୁରର ବୋଲି ଜଣାପଡିଥିବା ବେଳେ ତାଙ୍କ ପାଖରୁ ଏକ ଭିଜିଟିଙ୍ଗ୍ କାର୍ଡ ମଧ୍ୟ ମିଳିଛି । ଏହି ବ୍ୟକ୍ତିଜଣକ ପତ୍ରକାରଙ୍କ ବସିବା ସ୍ଥାନର ପ୍ରଥମ ସିଟରେ ବସିଥିଲେ । ବ୍ୟକ୍ତିଜଣକ ନାଁ ଶକ୍ତି ଭାର୍ଗବ ବୋଲି ଜଣାପଡିଥିବାବେଳେ ପେସାରେ ସେ ଜଣେ ଡାକ୍ତର ବୋଲି ଜଣାପଡିଛନ୍ତି ।

ଯେତେବେଳେ ଜିବିଏଲ୍ ପତ୍ରକାରଙ୍କୁ ସଂବୋଧିତ କରୁଥିଲେ ସେତେବେଳେ ଅଚାନକ ଜଣେ ବ୍ୟକ୍ତିି ତାଙ୍କ ଆଡକୁ ଜୋତା ଫୋପାଡିଥିଲେ । ଭାଗ୍ୟବଶତଃ ଜୋତା ତାଙ୍କୁ ବାଜିନଥିଲା । ଏବେ ପର୍ଯ୍ୟନ୍ତ ଏହାର ତଥ୍ୟ ମିଳିପାରିନାହିଁ ଯେ ବ୍ୟକ୍ତିଜଣକ କାହିଁକି ଜିବିଏଲଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ତାଙ୍କ ପାଖରୁ ଯେଉଁ ଭିଜିଟିଙ୍ଗ୍ କାର୍ଡ ମିଳିଥିଲା ଏଥିରୁ କେବଳ ତାଙ୍କ ନାଁ ବିଷୟରେ ଜଣାପଡିଥିଲା । କୁହାଯାଉଛି ଯେ ଜିବିଏଲ୍ ଯେତେବେଳେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିଷୟରେ କହୁଥିଲେ ଠିକ୍ ସେତେବେଳେ ବ୍ୟକ୍ତିଜଣକ ଉଠି ଜୋତା ଫୋପାଡିଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିବିଶେଷ ତାଙ୍କୁ ଧରିନେଇ ପାଖ ପୋଲିସ୍ ଷ୍ଟେସନ ନେଇଯାଇଥିଲେ । ସେଠାରେ ଉକ୍ତ ବ୍ୟକ୍ତିଙ୍କୁ ଏବେ ପଚରାଉଚରା କରାଯାଉଛି ।