ସତରେ କଣ ୧୬ଅଗଷ୍ଟରେ ହୋଇଥିଲା ବାଜପେୟୀଙ୍କ ଦେହାନ୍ତ? ଅଟଳଙ୍କ ମୃତ୍ୟୁ ସମୟ ଉପରେ ପ୍ରଶ୍ନ ଉଠାଇଲା ଶିବସେନା

55

କନକ ବ୍ୟୁରୋ : ଗତ ଅଗଷ୍ଟ ୧୬ତାରିଖରେ ପୂର୍ବଚନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା । ଏପ୍ରିଲ ମାସରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ଚିକିସା କରାଯାଉଥିଲା । ତେବେ ତାଙ୍କର ଶେଷ ଦର୍ଶନ ପାଇଁ ସେହିଦିନ ରାତିରେ ହିଁ ନିଜର ବାସଭବନକୁ ମରଶରୀର ଅଣାଯାଇଥିଲା । ପରେ ଦଳଗତ ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତେବେ ଅଟଳଙ୍କ ଦେହାନ୍ତ କେବେ ହୋଇଥିଲା ସେ ବିଷୟରେ ବିବାଦ ଏବେ ଦେଖାଯାଇଛି । ଶିବସେନାର ବରିଷ୍ଠ ନେତା ସଜଂୟ ରାୱାତ ଅଭିଯୋଗ କକରିଛନ୍ତି ଯେ, ଅଟଳଙ୍କର ଦେହାନ୍ତ ୧୬ ଅଗଷ୍ଟରେ ହୋଇନଥିଲା । ତେବେ ସେ ଏପରି ଅଭିଯୋଗ କରିବାର କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସରାକାରୀ ଅର୍ଥାତ ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବାଜପେୟୀଙ୍କ ମୃତ୍ୟୁ ଅଗଷ୍ଟ ୧୬ତାରିଖ ସନ୍ଧ୍ୟା ସମୟର ହୋଇଥିବା ସହ ସମୟ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଘୋଷଣା କରିଥିଲେ ।

 

ଏହାସହ ରାୱାତ କହିଛନ୍ତି ଯେ, ପ୍ରଥମେ ଦେଶର ସରକାରଙ୍କୁ ଜାଣିବାକୁ ପଡିବ ସ୍ୱରାଜ୍ୟ କଣ? ବାଜପେୟୀଙ୍କ ଦେହାନ୍ତ ୧୬ଅଗଷ୍ଟରେ ହୋଇଥିଲା କିନ୍ତୁ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ୧୨ ଓ ୧୩ ତାରିଖରୁ ହିଁ ଜଟିଳ ହୋଇଥିଲା ।ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଲାଲାକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଅନେକ ଭାଷଣ ଦେବାରେ ଥିଲା ତେଣୁ ସେ ବାଜପେୟୀଙ୍କ ଦେହାନ୍ତ ଖବର ଅଗଷ୍ଟ ୧୬ତାରିଖରେ ହିଁ ଘୋଷଣା କରିବାର ନିଷ୍ପତ୍ତି ନେଇଥିଲେ ବୋଲି ରାୱାତ କହିଛନ୍ତି । ଶିବସେନା ଏନଡିଏର ସହଯୋଗୀ ଦଳ କିନ୍ତୁ ସେହି ଦଳର ନେତାମାନେ ମୋଦିଙ୍କୁ ସମାଲୋଚନା ମଧ୍ୟ କରିବାକୁ ପଛାଇ ନଥାନ୍ତି । ତେବେ ଅଟଳଙ୍କ ସ୍ମୃତି ସଭା ଦେଶର ଅନେକ ସ୍ଥାନରେ ହୋଇଛି । ହୋସହ ସାସଂଦ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ସମୟରେ ସ୍ୱାଧୀନତା ଦିବସ ପୂର୍ବରୁ ଅନେକ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣର ଡର ରହିଥାଏ । ତେଣୁ ପୋଲିସ ମଧ୍ୟ ସେମାନଙ୍କୁ ଗିରଫବା ସହ ସେମାନଙ୍କ ପାଖରୁ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥାଏ । ତେବେ ଏପରି ସମୟରେ ନିଜର ଭାଷଣ ଜେବାରେ ବ୍ୟସ୍ତ ରହନ୍ତି ।

 

ରାୱାତ କହିଛନ୍ତି ଯେ, ମୋଦି ସ୍ୱାଧୀନତା ଦିବସରେ ଅନେକ ସମୟ ଲାଗି ନିଜର ଅଭିଭାଷଣ ରଖନ୍ତି । ସେହି ସମୟରେ ସାଧାରଣ ଲୋକମାନଙ୍କ ପାଇଁ ଯୋଜନା ମଧ୍ୟ ଘୋଷଣା କରିନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ଆଜି ଯାଏଁ ସରକାର କିଛି କରିନାହାନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଲୋକମାନେ ଟିକସ ହେଉଛନ୍ତି ଆଉ ସେହି ଟଙ୍କାରେ ହିଁ ଦେଶ ଚାଲୁଛି । ତେଣୁ ମୋଦି ସରକାର ଲୋକମାନଙ୍କ ପାଇଁ ଯାହା କରିବାର କଥା କରିଛି । ତେବେ ନିଜର ସ୍ୱାର୍ଥ ପାଇଁ ହୁଏତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଦେହାନ୍ତ ସମୟ ସଠିକ କୁହାଯାଇ ନାହିଁ । ତେବେ ଏପରି ଅଭିଯୋଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।