ରାହୁଲଙ୍କୁ ଶୀଲା ଭରସା ! ୮୦ ବର୍ଷୀୟ ଶୀଲାଙ୍କୁ ଦିଲ୍ଲୀ କଂଗ୍ରେସର ଦାୟିତ୍ୱ, ଦିଲ୍ଲୀରେ କଂଗ୍ରେସର ଡ଼ଙ୍ଗା ପାରି କରିବେ ଶୀଲା ।

187

କନକ ବ୍ୟୁରୋ: ପୁଣୀ ଶିଲାଙ୍କ ହାତରେ ଦିଲ୍ଲୀ ଦରବାର ଦେଲା କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ହାତରେ ପୁଣି ଥରେ ପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସୂଚନା ମୁତାବକ ଅଜୟ ମାକେନଙ୍କ ଇସ୍ତଫା ପରେ ଅନୁଭବୀ ଦୀକ୍ଷିତଙ୍କୁ ହିଁ ପାର୍ଟିର ଦାୟିତ୍ଵ ଦିଆଯିବ ବୋଲି ଆଶା କରାଯାଉଥିଲା ଯେ ।  କଂଗ୍ରେସ ନେତା ପିସି ଚାକୋ ଶୀଲା ଦୀକ୍ଷିତଙ୍କୁ ଦିଲ୍ଲୀ କଂଗ୍ରେସର ମୁଖ୍ୟ କରାଯିବା ବୋଲି ଆଜି ଘୋଷଣା କରିଛନ୍ତି।

ସେପଟେ ଏନେଇ ଶୀଲା କହିଛନ୍ତି ଯେ, ମୁଁ ନିଜକୁ ସମ୍ମାନିତ ଅନୁଭବ କରୁଛି ଯେ ପାର୍ଟି ମୋତେ ଏହି ସୁଯୋଗ କଂଗ୍ରେସ ଅଧ୍ୟକ୍ଷ ଦେଇଛନ୍ତି । ତେବେ ମାକନ ଆପ୍ ସହିତ ମେଣ୍ଟ ସମ୍ଭାବନାକୁ ଦେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏବଂ ମଧ୍ୟ ପ୍ରଦେଶ ଓ  ରାଜସ୍ଥାନରେ ଅନୁଭବୀ ପୁରୁଣା କଂଗ୍ରେସ ନେତାଙ୍କୁ ପଦ ଦେବା ଆଧାରରେ  ରାହୁଲ ଗାନ୍ଧୀ ଶୀଲାଙ୍କୁ ଦିଲ୍ଲୀର  ଦାୟିତ୍ଵ ପ୍ରଦାନ କରିଛନ୍ତି।

ଅନ୍ୟପଟେ ମାକେନ ଟ୍ଵିଟ୍ କରି ଶୀଲାଙ୍କୁ ପୁଣି ଥରେ ପ୍ରଦେଶ ଅଧ୍ୟକ୍ଷ ହେବାର ଶୁଭକାମନା ଜଣାଇଛନ୍ତି । ତେବେ ଦୀର୍ଘ ୨୦ ବର୍ଷ ପରେ ଶୀଲା ଦୀକ୍ଷିତ  ଦିଲ୍ଲୀ କଂଗ୍ରେସର ମୁଖ୍ୟ ହୋଇଛନ୍ତି । ମାକନଙ୍କ କହିବା ମୁତାବକ ଶୀଲାଙ୍କ ନେତୃତ୍ଵରେ ଦିଲ୍ଲୀରେ କଂଗ୍ରେସ ମୋଦି ଓ କେଜ୍ରିୱାଲ ସରକାରଙ୍କ ବିରୋଧରେ ଏକ ସଶକ୍ତ ବିରୋଧୀର ଭୂମିକା ବହନ କରିବୁ । ଦିଲ୍ଲୀରେ  କଂଗ୍ରେସକୁ ଏମିତି ଜଣେ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି ଯିଏ  ପାର୍ଟିକୁ ତୃତୀୟ ସ୍ଥାନରୁ ଉପରକୁ ନେଇ ପାରିବ।