କନକ ବ୍ୟୁରୋ: କଲୋମ୍ବୋ ଟି-୨୦ ମ୍ୟାଚରେ ବାଙ୍ଗଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ । ବାଙ୍ଗଲାଦେଶକୁ ୧୭ରନରେ ହରାଇଛି ଭାରତ । ଏହି ବିଜୟ ସହ ଭାରତ ତ୍ରିିରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟରେ ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୭୬ରନ୍ କରିଥିଲା । ବାଙ୍ଗଲାଦେଶକୁ ୧୭୭ରନର ଟାର୍ଗେଟ ଦେଇଥିଲା ।

ତେବେ ନିର୍ଦ୍ଧାରିତ ଓଭରରେ ବାଙ୍ଗଲାଦେଶ ୬ୱିକେଟ ହରାଇ ମାତ୍ର ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ କ୍ୟାପଟେନ ରୋହିତ୍ ଶର୍ମାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଛି । ଏହି ମ୍ୟାଚରେ ୱିଶିଙ୍ଗଟନ୍ ସୁନ୍ଦର ୩ୱିକେଟ ନେଇଥିବାବେଳେ ଶିରାଜ, ଚହଲ ଓ ଠାକୁର ଗୋଟିଏ ଗୋଟିଏ ୱିକେଟ୍ ନେଇ ବାଙ୍ଗଲାଦେଶର ବିଜୟକୁ ରୋକିବାରେ ସକ୍ଷମ ହୋଇଥିଲେ ।

ଉଲ୍ଲେଖ ଥାଉ କି, ବୁଧବାର ଭାରତ ତା’ର ତିନି ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ପାଇଁ ନିର୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୧୭୬ ରନ୍ କରି ନେଇଥିଲା । ଶିଖର ଧାଓ୍ଵନ (୩୫ ରନ୍, ୨୭ ବଲ୍, ୫ ଚୌକା, ୧ ଛକା) ଏବଂ ରୋହିତ ଶର୍ମା ପ୍ରଥମ ଓ୍ଵିକେଟରେ ୭୦ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ । ଏହା ପରେ ଅଧିନାୟକ ରୋହିତ ଏବଂ ବାମହାତୀ ବ୍ୟାଟର ସୁରେଶ ରାଇନା ଦ୍ୱିତୀୟ ଓ୍ଵିକେଟରେ ୧୦୨ ରନ୍ ଯୋଡ଼ିଥିଲେ । ଉଭୟ ସିଂହଳୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଶେଷ ଓଭରର ପ୍ରଥମ ଓ ଶେଷ ବଲରେ ଦୁଇ ଜଣ ଯାକ ଆଉଟ୍ ହୋଇଥିଲେ ମଧ୍ୟ ଶେଷ ୧୦ ଓଭରରୁ ସେମାନଙ୍କ ପାଇଁ ଭାରତ ୧୦୫ ରନ୍ ସାଉଣ୍ଟି ନେଇଥିଲା।

ଗତ ୬ ମ୍ୟାଚରେ ବିଫଳ ହୋଇଥିବା ରୋହିତଙ୍କ ବେପରୁଆ ବ୍ୟାଟିଂ ହିଁ ଗତକାଲି ଭାରତ ପାଳିର ମୁଖ୍ୟ ଆକର୍ଷଣ ଥିଲା। ୪ ଚୌକା ଏବଂ ୨ ଛକା ବଳରେ ନିଜର ତ୍ରୟୋଦଶ ୨୦-୨୦ ଅର୍ଧଶତକ ପୂରଣ କରିଥିବା ରୋହିତ ଶେଷ ଆଡ଼କୁ ଏକବାର ହିଂସ୍ର ହୋଇ ଉଠିଥିଲେ । ହେଲେ ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ରାଇନା ବି ୩ ରନ୍ ପାଇଁ ଅର୍ଧଶତକ ଛୁଇଁ ପାରି ନଥିଲେ । ଅଷ୍ଟାଦଶ ଓଭରରେ ରାଇନା-ରୋହିତ ୨୧ ରନ୍ ନେଇଥିଲେ । ହେଲେ ରୁବେଲ ହୁସେନ ବୋଲିଂ କରିଥିବା ୨୦ତମ ଓଭରରୁ ଭାରତ ମାତ୍ର ୪ ରନ୍ ପାଇଥିଲା ।