ପୋଲିସ୍ ଆଗରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଲୋକେ ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍ । ଦେଖନ୍ତୁ ଭିଡିଓ

250

ଉତ୍ତରପ୍ରଦେଶର ଶାମଲୀ ନାମକ ଏକ ସ୍ଥାନରେ ପୋଲିସ୍ ସାମ୍ନାରେ ଜଣେ ଲୋକଙ୍କୁ ପିଟିପିଟି ହତ୍ୟା କଲେ ଲୋକେ । ଡାଏଲ୍ ୧୦୦ରେ ବସିଥିବା ଯୁବକଙ୍କୁ ଗାଡି ଭିତରୁ ବାହାରକୁ ଆଣି ପିଟିପିଟି ମାରଲେ ଲୋକେ ଏବଂ ପୋଲିସ୍ ସାଜିଲା ମୁକ ଦର୍ଶକ । ମୃତକଙ୍କ ପରିବାର ତରଫରୁ ଛୋଟ ବିବାଦକୁ ନେଇ ଏଭଳି ଅଘଟଣ ଘଟିବା କଥା କହିଥିବା ବେଳେ ଉତ୍ତରପ୍ରଦେଶ ଏସପି ପୋଲିସ୍ ସାମ୍ନାରେ ଏଭଳି ଅଘଟଣ ଘଟି ନଥିବା କଥା କହିଛନ୍ତି । କିନ୍ତୁ ଏହି ସମ୍ପୁର୍ଣ୍ଣ ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାକୁ ଲାଗିଛି । ଘଟଣାରେ ଉପସ୍ଥିତ ଥିବା ପୋଲିସ୍ କର୍ମୀଙ୍କୁ ପଦବୀରୁ ନିଲମ୍ବିତ କରାଯାଇଛି ।

ଘଟଣାରେ ରାଜେନ୍ଦ୍ର କସ୍ୟପ ନାମକ ଯୁବକଙ୍କ ସହ ଗ୍ରାମର ଅନ୍ୟ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସୁଚନାନୁସାରେ ରାଜେନ୍ଦ୍ର ନିଶାଗ୍ରସ୍ତ ଥିବାବେଳେ ଗାଁ ଲୋକ ତାଙ୍କୁ ମାରପିଟ କରିଥିଲେ । ଏତିକିରେ ରାଗ ଶାନ୍ତି ହୋଇନଥିବା ବେଳେ ପିସିଆର୍ ଭ୍ୟାନରୁ ଯୁବକଙ୍କୁ ଆଣି ମାରପିଟ କରିଥିଲେ ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ୍ ଏ ଘଟଣାରେ ନିଜ ଉପସ୍ଥିତିକୁ ମନା କରୁଥିବା ବେଳେ ଭିଡିଓରେ ପୋଲିସର ଉପସ୍ଥିତି ଥିବା ଦେଖାଯାଉଛି । ଭିଡିଓଟି ଖୁବ୍ ଆପତ୍ତିଜନକ ହୋଇଥିବାରୁ ଆମେ ଏହା ଆପଣଙ୍କୁ ଦେଖାଇ ପାରୁନାହୁଁ ।