୨୫ ବର୍ଷ ପରେ ଖୋଲିବ ମମତାଜ ମହଲ । ସାଧାରଣ ଲୋକ ଦେଖିବେ ଶାହାଜାହାନ-ମମତାଜଙ୍କ ଐତିହାସିକ ଦୁର୍ଗ ।

70

ମଧ୍ୟପ୍ରଦେଶ ବୁରହାନପୁରର ସେଇ ଦୁର୍ଗ । ଯାହା ବକ୍ଷରେ ଲେଖାହୋଇଛି ଇତିହାସର ଅନେକ ଘଟଣାବଳୀ । ଯେଉଁଦୁର୍ଗର ଖଣ୍ଡିଏ ଖଣ୍ଡିଏ ପଥରରେ ରହିଛି ଭାରତୀୟ ସଂସ୍କୃତି । ମଧ୍ୟପ୍ରଦେଶର ଏହି ପ୍ରସିଦ୍ଧ ରୟାଲଫୋର୍ଟକୁ ଲୋକଲୋଚନରୁ ଅନ୍ଧାରରେ ରଖାଯାଇଥିଲା । ଅନେକ ସ୍ମାରକୀ ବହନକରୁଥିବା ଏହି ବିଲିଂଡକୁ ଦେଖାଶୁଣା ଅଭାବରୁ ଗତ ୨୫ ବର୍ଷ ଧରି ଲୋକଙ୍କୁ ଦେଖିବାକୁ ମିଳିନଥିଲା । ଏବେ ମଧ୍ୟପ୍ରଦେଶ ସରକାର ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପୁଣି ଏଠି ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିବ ।

ଏହି ଦୁର୍ଗକୁ ଖ୍ରୀଷ୍ଟାବ୍ଦ ୧୬ଶହରେ ନିର୍ମାଣ କରିଥିଲେ ରାଜା ଆଦିଲ ଶାହା ଫାରୁକି ।ଏହା ଏପରି ଏକ ଦୁର୍ଗ ଯେଉଁଠି ଆପଣ ବୁଢିଆଣୀ ଜାଲ ପରି ଛନ୍ଦି ହୋଇଯିବେ । ଏହି ଦୁର୍ଗ ଭିତରକୁ ପଶିଲେ ଆପଣ ବାଟବଣା ହୋଇଯିବେ । ଥରେ ପଶିଲେ ଆପଣ କେଉଁପଟେ ବାହାରିବେ ଆପଣ ଭୁଲିଯିବେ । କିନ୍ତୁ ଏବେ ଏହି ଦୁର୍ଗର କିଛି ଅଂଶ ଭାଙ୍ଗିଯାଇଛି ।

ତେବେ ଏହି ଦୁର୍ଗ ସହ ଯୋଡି ହୋଇଛି ଇତିହାସ । ମୋଗଲ ବାଦଶାହ ଶାହଜାହାନଙ୍କର ଅନେକ ସ୍ମୃତି ବହନ କରେ ଏହି ଦୁର୍ଗ । ୧୬୦୩ଏ.ଡି.ରେମୋଗଲ ବାଦଶାହ ଏଠାକୁ ଆସିଥିଲେ ।

ବେଗମ ମମତାଜ ୧୪ତମ ସନ୍ତାନକୁ ଜନ୍ମ ଦେଇଥିଲେ । ୧୬୩୧ ଜୁନ ୬ରେ ନିଜର ଶାହାଜାହାନଙ୍କ କୋଳରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ମମତାଜ । ଦେୱାନ-ଇ-ଆମ, ଦି ୱାନ-ଇ-ଖାସ, ଶାହି ହମାମ,ଲାଙ୍ଗାନି ମସଜିଦ ମଧ୍ୟ ଏହି ଦୁର୍ଗର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହା ପରିସରରେ ମ୍ୟୁଜିୟମ ନିର୍ମାଣ ସରିଛି । ଏଥିରେ ଅନେକ ପୁରାଣ ବର୍ଣ୍ଣିତ ସାମଗ୍ରୀ ଏଠାରେ ସ୍ଥାନ ପାଇଛି ।