ନାବାଳିକାକୁ ଅସଦାଚରଣ କରି ଫସିଲେ ପ୍ରସିଦ୍ଧ ବଲିଉଡ୍ ଅଭିନେତା : ଥାନାରେ ଏତଲା ରୁଜୁ କଲା ପୋଲିସ୍ ।

1,223

ପ୍ରସିଦ୍ଧ ଟିଭି ଏବଂ ସିନେମା ଅଭିନେତା ଶାହବାଜ୍ ଖାନ୍ ଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସ୍ ଅସଦାଚରଣର ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ , ଜଣେ ନାବାଳିକାଙ୍କୁ ଅସଦାଚରଣର କରିବା ମାମଲାକୁ ନେଇ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ମୁତାବକ , ଓଶିବାରା ପୋଲିସ୍ ଷ୍ଟେସନରେ ଆଇପିସିର ଧାରା ୩୫୪ ଏବଂ ୫୦୯ ରେ କେସ୍ ରୁଜୁ କରାଯାଇଛି ।

ବଲିଉଡ୍ ତଥା ହିନ୍ଦୀ ସିନେମାରେ ଖଳନାୟକ ଭୂମିକାରେ ନଜର ଆସୁଥିବା ଶାହବାଜ୍ ରାଜୁ ଚାଚା,ଚଲ୍ ମେରେ ଭାଇ , ବାଦଲ୍ , ଜୟ ହିନ୍ଦ୍ ଏବଂ ମେହେନ୍ଦୀ ଭଳି ହିଟ୍ ସିନେମାରେ ନଜର ଆସିଛନ୍ତି । ଟେଲି ପରଦା କଥା କହିଲେ ସିଆଇଡି , ନିୟତ୍ , ଯୁଗ , ଆମ୍ରପଲ୍ଳୀ ଏବଂ ରାବଣ ଭଳି ଶୋ’ ରେ ତାଙ୍କ ନିଚ୍ଛକ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ସୂଚନା ଅନୁସାରେ , ପୋଲିସ୍ ଏନେଇ ଜାଞ୍ଚ୍ କରୁଛନ୍ତି । ଏ ପର୍ଯ୍ୟନ୍ତ ଶାହବାଜ୍ ଙ୍କୁ ପୋଲିସ୍ ଗିରଫ କରିନାହିଁ ।