ଖୁବଶୀଘ୍ର ରାକେଶ ଶର୍ମାଙ୍କ ବାୟୋପିକ୍ ଉପରେ ନିର୍ମିତ ହେବ ଫିଲ୍ମ ! ମୁଖ୍ୟ ଭୁମିକାରେ ନଜର ଆସିବେ ଏହି ଅଭିନେତା ।
ବଲିଉଡର ବାଦଶାହ ଶାହରୁଖ ଖାନ ନିଜ ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମକୁ ଶାହାରୁଖ ଖାନଙ୍କ ଫ୍ୟାନ୍ସ ମାନେ ଉତ୍ସାହର ଅପେକ୍ଷା କରିଛନ୍ତି । ଫିଲ୍ମର ଟିଜର ରିଲିଜ ହୋଇସାରିଛି ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଫିଲ୍ମ ପୋଷ୍ଟ ପ୍ରଡକ୍ସନ ପାଇଁ ପ୍ରସ୍ତୁତି ଚଳାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଖବର ମୁତାବକ ଶାହରୁଖ ଖାନ ନିଜର ଆଗାମୀ ଫିଲ୍ମ ‘ସାଲ୍ୟୁଟ’ର ସୁଟିଂ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଇଣ୍ଡିଆନ ଏୟାରଫୋର୍ସରେ ଥିବା ପୂର୍ବ ପାଇଲଟ ଏବଂ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ କାହାଣୀ ଉପରେ ଆଧାରିତ । ଏକ ମିଡିଆ ରିପୋର୍ଟ ମୂତାବକ ଶାହରୁଖ ଏହି ଫିଲ୍ମର ପ୍ରସ୍ତୁତି ସେପ୍ଟେମ୍ବରରୁ ଆରମ୍ଭ କରିବେ । ଏହାପରେ ସେ ଜିରୋ’ର ପ୍ରମୋଶନ ଆରମ୍ଭ କରିବେ ।
ରାକେଶ ଶର୍ମାଙ୍କ ବାୟୋପିକ ‘ସାଲ୍ୟୁଟ’କୁ ନିର୍ଦ୍ଦେଶନା କରିବେ ମହେଶ ମଥାଇ ଏବଂ ଏଥିରେ ଶାହରୁଖଙ୍କ ବିପକ୍ଷରେ ଅଭିନୟ କରିବେ କରୀନା କପୁର । ମାତ୍ର ଏବେ ପର୍ୟ୍ୟନ୍ତ କୌଣସି ସ୍ପଷ୍ଟୀକରଣ କରାଯାଇନାହିଁ । ଅନୁମାନ ଲଗାଯାଉଛି ଯେ ଏହି ଫିଲ୍ମ ଆଗାମୀ ବର୍ଷରେ ରିଲିଜ କରାଯାଇପାରେ ।