ଶେଫାଳୀ ଭାଙ୍ଗିଲେ ସଚିନଙ୍କ ରେକର୍ଡ । ସର୍ବ କନିଷ୍ଠ ଭାରତୀୟ ଖେଳାଳୀ ଭାବେ ହାସଲ କଲେ ଅର୍ଦ୍ଧଶତକ

2,960

କନକ ବ୍ୟୁରୋ : ସଚିନଙ୍କ ରେକର୍ଡ ଭାଙ୍ଗିଲେ ଶେଫାଳୀ । ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ମହିଳା କ୍ରିକେଟର ଶେଫାଳୀ ବର୍ମା ଭାଙ୍ଗିଛନ୍ତି ମାଷ୍ଟର ବ୍ଲାଷ୍ଟରଙ୍କ ୩୦ ବର୍ଷ ତଳର ରେକର୍ଡ । ଯୁବ ପ୍ରତିଭା ଶେଫାଳୀ ୱେଷ୍ଟଣ୍ଡିଜର ଡୈରେନ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚରେ ଏହି ରେକର୍ଡ ହାସଲ କରିଛନ୍ତି । ନିଜର ପଞ୍ଚମ ଟି-୨୦ ମ୍ୟାଚରେ ଶେଫାଳୀ ୪୯ ବଲରେ ୭୩ରନ ହାସଲ କରି ଧୂଆଁଧାର ପାଳି ଖେଳିଛନ୍ତି । ଯାହା ତାଙ୍କ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ । ନିଜର ଏହି ବିସ୍ଫୋରକ ପାଳିରେ ଛକା-ଚୌକାର ବର୍ଷା କରି ୬ଟି ଛକା ଏବଂ ୪ ଟି ଚୌକା ମାରିଛନ୍ତି ଶେଫାଳୀ ।

ଅର୍ଦ୍ଧଶତକ ହାସଲ କରି ଶେଫାଳୀ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ୩୦ବର୍ଷ ତଳର ପୁରୁଣା କୀର୍ତ୍ତିମାନକୁ ଭାଙ୍ଗିଛନ୍ତି । ଏଥି ସହିତ ଅନ୍ତରାଷ୍ଟ୍ରୀୟ ଅର୍ଦ୍ଧଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି ସେଫାଳୀ । ୩୦ବର୍ଷ ତଳେ ସଚିନ ପ୍ରଥମ ଅନ୍ତରାଷ୍ଟ୍ରୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସଚିନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ଅର୍ଦ୍ଧଶତକ ଟେଷ୍ଟ କ୍ରିକେଟରେ ସ୍ଥାନ ପାଇଥିଲା । ୨୪ ଅକ୍ଟୋବର ୧୯୮୯ରେ ପାକିସ୍ତାନ ବିପକ୍ଷରେ ଫୈସଲାବାଦରେ ଏଭଳି କୀର୍ତ୍ତମାନ ସ୍ଥାପନ କରିଥିଲେ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର । ହେଲେଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳା ହୋଇଥିବା ମ୍ୟାଚରେ ଶେଫାଳୀ ଏହି ରେକର୍ଡ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ଭ୍ରମଣକାରୀ ଦଳ ଭାବେ ଭାରତୀୟ ମହିଳା କ୍ରିକେଟ ଟିମ୍ ସରିଜର ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ଦଳ ୱେଷ୍ଟଇଣ୍ଡିଜକୁ ୮୪ରନରେ ପରାସ୍ତ କରିଛି । ଏଥି ସହିତ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି । ଭାରତୀୟ ଦଳ ପ୍ରଥମେ ବୋଲିଂ କରି ୪ ୱିକେଟରେ ୧୮୫ରନରେ ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା । ପରେ ୱେଷ୍ଟଇଣ୍ଡିଜ୍ ୨୦ ଓଭରେ ୯ ୱିକେଟ୍ ହରାଇ ୧୦୧ ରନ୍ କରି ପରାଜୟର ଦ୍ୱାର ଦେଖିଛି ।