କନକ ବ୍ୟୁରୋ: ବାଂଲାଦେଶରୁ ଆସୁଛନ୍ତି ସୁନ୍ଦରୀ ଦେହଜୀବୀ । ଆଉ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବେଧଡ଼କ ଦେହ ବ୍ୟବସାୟ । ଏପରି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ ଉପରେ ଚଢ଼ାଉ କରିଛି ଏସଟିଏଫ । ପୁରୁଣା ଭୁବନେଶ୍ୱରର ଏକ ଘରୁ ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ଦେହ ବ୍ୟବସାୟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇବ୍ରାହିମ୍ ଓ ଅଂଜଳିକୁ ଗିରଫ କରାଯାଇଛି । କୁହାଯାଉଛି, ଏହି ସେକ୍ସ ରାକେଟ୍ ସହ ରହିଛି ଅନ୍ତର୍ଜାତୀୟ ରାକେଟର ଲିଙ୍କ୍ ।

Advertisment

publive-imageକୋଠା ବାହାରେ ଝୁଲୁଛି ଶିକ୍ଷାନୁଷ୍ଠାନର ଫଳକ, ହେଲେ ଭିତରେ ଚାଲୁଛି ଅନୈତିକ କାମ । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ପୁରୁଣା ଭୁବନେଶ୍ୱରର ଏହି ଘରୁ ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି । ଏଥିସହ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇବ୍ରାହିମ ଓ ତାଙ୍କ ପତ୍ନୀ ଓରଫ ଦିଦିକୁ ଗିରଫ କରିଛି ପୁଲିସ ।

ଏବେ ପ୍ରଶ୍ନ ଉଠୁଛି
ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣୁଛି କିଏ ?
କାହା ଛତ୍ରଛାୟା ତଳେ ଚାଲିଛି ଦେହ ବ୍ୟବସାୟ ?
ରହିଛି କି ଅନ୍ତର୍ଜାତୀୟ ସେକ୍ସ ରାକେଟ୍ ଲିଙ୍କ୍ ?

publive-imageପ୍ରଥମେ ଲକ୍ଷ୍ମୀସାଗର ଅଂଚଳରେ ଏକ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଥିଲା । ଜାଣିବାକୁ ମିଳିଥିଲା, ଯୁବତୀ ଜଣକ ବାଂଲାଦେଶର । ଜଣେ ମହିଳା ଯାହାକୁ ଦିଦି ବୋଲି ଯୁବତୀ ଜଣକ ସମ୍ବୋଧନ କରୁଥିଲେ, ତାଙ୍କୁ ଖୋଜିଥିଲା ପୋଲିସ । ବାଂଲାଦେଶରୁ ଦେହ ବ୍ୟବସାୟ ପାଇଁ ଯୁବତୀଙ୍କୁ ଅଣାଯାଇଥିବା ସଂଦେହ ଦୃଢ଼ ହୋଇଥିଲା । ବାଂଲାଦେଶରୁ କେତେ ଜଣ ଯୁବତୀଙ୍କୁ ଅଣାଯାଇଛି ଏବଂ କେଉଁ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ଖୋଳତାଡ଼ କରିଥିଲା ପୋଲିସ ।

ରାଜଧାନୀରେ ଦେହ ବେପାର କାରବାର ବାଂଲାଦେଶୀ ଧରାପଡିବା ଘଟଣା ନୂଆ ନୁହେଁ । ପୂର୍ବରୁ ବାଂଲାଦେଶୀ ଯୁବତୀ ଧରାପଡିବା ପରେ ଜଣେ ଦଲାଲ ଦିଦିଙ୍କ କଥା ସାମ୍ନାକୁ ଆସିଥିଲା । ଯାହାକୁ ଆଜି ଗିରଫ କରି ଏସଟିଏଫ ଟିମ୍ । ଦେହ ବ୍ୟବସାୟରେ ବାଂଲାଦେଶୀ ଯୁବତୀଙ୍କ ସଂପୃକ୍ତି ପରେ ଏହାର କିଙ୍ଗପିନକୁ ଧରିବାକୁ ଏସଟିଏଫ ତନାଘନା ଆରମ୍ଭ କରିଛି । ଏହି ରାକେଟ୍ ସହ ସୁନୀଲ ମେହରଙ୍କ ଲିଙ୍କ ରହିଥିବା ନେଇ ମଧ୍ୟ ସଂଦେହ କରୁଛି ପୋଲିସ ।