ନନ୍ଦନକାନନ ସଫାରୀ ବସ ଦୁର୍ଘଟଣାରେ ଚାଲିଗଲା ପର୍ଯ୍ୟଟକଙ୍କ ପ୍ରାଣ । କର୍ତ୍ତୃପକ୍ଷଙ୍କ ବିରୋଧରେ ମୃତକଙ୍କ ପରିବାର ପକ୍ଷରୁ ଏତଲା

24

କନକ ବ୍ୟୁରୋ : ଆଖି ବୁଜିଲେ ନନ୍ଦନକାନନ ସିଂହ ସଫାରିରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ପର୍ଯ୍ୟଟକ । ଗତ ୩ ତାରିଖରେ ସିଂହ ସଫାରୀ ବସ ଧକ୍କାରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପର୍ଯ୍ୟଟକ ଅମୀୟ ରଂଜନ ଭାରିମଲ୍ଲଙ୍କର ଆଜି ମୃତ୍ୟୁ ହୋଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ଥାନାକୁ ଅଣାଯାଇଛି ।

ଅମୀୟଙ୍କ ଘର ଭୁବନେଶ୍ୱର ସିଭି ରମଣ କଲେଜ ନିକଟ ମହୁରାରେ ହୋଇଥିବା ବେଳେ ସେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ । ନନ୍ଦନକାନନର ସିଂହ ସଫାରୀରେ ବସ ଧକ୍କାରେ ଅମୀୟଙ୍କ ସମେତ ୩ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ସେମାନଙ୍କର ମଧ୍ୟରୁ ଅମୀୟଙ୍କ ଅବସ୍ଥା ଗୁରୁତର ଥିଲା । ତେବେ ଅମୀୟଙ୍କ ମୃତ୍ୟୁ ପରେ ନନ୍ଦନକାନନ କର୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଛନ୍ତି ପରିବାର ଲୋକ ।

କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ହୋଇଥିବା ଦର୍ଶାଇ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି ହୋଇଛି । ଏହାସହ ନନ୍ଦନକାନନ ନିର୍ଦେଶକଙ୍କ ଗିରଫ ଦାବି ଜୋର ଧରିଛି ।