ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ମଂଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍

30

କନକ ବ୍ୟୁରୋ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଫଳରେ କେନ୍ଦ୍ର ସରକାରୀ କର୍ମଚାରୀ ଏଣିକି ପୂରୁଣା ବେତନର ୧୫ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଦରମା ପାଇବେ । ଏହାଦ୍ୱାରା ୫୨ ଲକ୍ଷ ପେନସନଭୋଗୀଙ୍କ ସମେତ ୯୮ ଲକ୍ଷ କର୍ମଚାରୀ ଉପକୃତ ହେବେ । ଗତ ଜାନୁଆରୀ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ । ଏହାଦ୍ୱାରା ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୧୮ ହଜାର ହୋଇପାରେ । ଏହାସହ କ୍ୟାବିନେଟ୍ ସଚିବ ପାହ୍ୟା କର୍ମଚାରୀଙ୍କ ଦରମା ୨ଲକ୍ଷ ୨୫ ହଜାରୁ ଅଢେଇ ଲକ୍ଷ ହୋଇପାରେ । ଏହାସହ ପ୍ରତି କର୍ମଚାରୀଙ୍କ ବାର୍ଷିକ ଇନଂକ୍ରିମେଂଟ୍ ସର୍ବନିମ୍ନ ତିନି ପ୍ରତିଶତ କରିବାକୁ କମିଶନ ସୁପାରିଶ କରିଛନ୍ତି । ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟ ସରକାର ଏହାକୁ ଲାଗୁ କରିବା ସମ୍ଭାବନା ରହିଛି ।