ପାର୍ଟିରେ ସବୁଠାରୁ ଆକର୍ଷଣୀୟ ନଜର ଆସିବେ ! ନଜର ପକାନ୍ତୁ ଏହି ୭ଟି ଟିପ୍ସ ଉପରେ

75

ଦୈନନ୍ଦିନ ଜୀବନରେ ଆମକୁ ବିଭିନ୍ନ ପାର୍ଟିକୁ ଯିବାକୁ ପଡିଥାଏ । ପାର୍ଟିରେ ଆମକୁ ସବୁଠୁ ସୁନ୍ଦର ମଧ୍ୟ ଦିଶିବାର ଅଛି, ଏବଂ କମ ସମୟ ମଧ୍ୟରେ ମେକଅପ ନେଇ ଭଲ ଦେଖାଯିବାର ଅଛି ତ’କିଛି ସଧାରଣ ଟିପ୍ସ ଉପରେ ନଜର ପକାଇବା ଦରକାର । ୭ଟି ଏମିତି ଟିପ୍ସ ଉପରେ ନଜର ପକାଇବା ଯାହାକୁ ବ୍ୟବହାର କରି ଆମେ ପାର୍ଟିରେ ସମସ୍ତଙ୍କ ଠାରୁ ସୁନ୍ଦର ଦେଖାଯିବା ।

୧-ନେଚୁରାଲ ଲୁକ ପାଇଁ ଆଖିରେ ଲଗାନ୍ତୁ କଂସିଲର । ଏହି କଂସିଲରକୁ ଆପଣ ଦୁଇପ୍ରକାରରେ ଲଗାଇପାରିବେ । ହାଲକା କଂସିଲରକୁ ଆଖିର ପାଖରେ ଏବଂ ଗାଢ କଂସିଲରକୁ ମୁହଁର ଅଲଗା ଯାଗାରେ ଲଗାଇପାରିବା । ଏହା ପ୍ରଥମରୁ କଲାପରେ ମୁହଁରେ ବାକି ସବୁ ମେକଅପ ଲଗାଇପାରିବା ।

୨- ଆପଣଙ୍କ ତ୍ୱଚାର ଚମକ ଏବଂ ଆପଣ ସୁନ୍ଦର ଦେଖାଯିବାପାଇଁ ଚାହୁଁଥିଲେ ପ୍ରଥମେ ଓଠର ମେକଅପ ଉପରେ ଧ୍ୟାନ ଦିଆଯିବା ବହୁତ ଜରୁରୀ ଅଟେ । ଓଠରେ ଗାଢରଙ୍ଗର ଲିପଷ୍ଟିକ୍ ଲଗାଇବା ସହିତ ମୁହଁରେ ହାଲକା ମେକଅପ ନିଅନ୍ତୁ ।

୩- ଓଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଯେଉଁ କଲରର ଲିପଷ୍ଟିକ୍ ଆମେ ଓଠରେ ଲଗାଇବା ସେହି କଲରର ଲିପ ଲାଇନର ମଧ୍ୟ ଲଗାଇବା ଜରୁରୀ ଅଟେ,ଏହା କରିବା ଦ୍ୱାରା ଓଠ ବହୁତ ଆକର୍ଷଣୀୟ ଲାଗିବା ସହିତ ଲିପଷ୍ଟିକ୍ ବହୁତ ସମୟ ଧରି ଓଠରେ ରହିଥାଏ ।

୪- ଆଖିକୁ କୁହାଯାଏ ଚେହେରାର ଆଇନା, ମୁହଁର ସୈାନ୍ଦର୍ଯ୍ୟ ଖାସ୍ କରି ନିର୍ଭର କରିଥାଏ ଆଖିର ମେକଅପ ଉପରେ । ଆଖିରେ ମେକଅପ କରିବା ପୂର୍ବରୁ ପ୍ରଥମେ ଲାଇଟ କଲରର ଫାଉଣ୍ଡସେନରେ ଏକ ବେଶ ତିଆରି କରିବାକୁ ପଡିଥାଏ ।

ଗ୍ରେ-କଲରର ଆଇ ଲାଇନର ଆଖିରେ ବ୍ୟବହାର କରିବା ଦ୍ୱାରା ମୁହଁର ସୈାନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । ଆଖିର ଏହି ମେକଅପ ପରେ ମସକରା ଲଗାଇବା ପାଇଁ ଭୂଲନ୍ତୁ ନାହିଁ, କାରଣ ଏହା ମେକଅପକୁ ପୂର୍ଣ୍ଣ କରିଥାଏ ।

୫- ଗ୍ଲସି ଲିପ୍ସର ମେକଅପ କେମିତି କରିବା ତା ଉପରେ ନଜର ପକାଇବା । କିଛି ଲୋକଙ୍କର ଓଠ ପତଳା ଥାଏ, ତାକୁ ଗୋଟେ ମୋଟା ସେପର ଲୁକ ଦେବାପାଇଁ ଓଠରେ ଲିପଗ୍ଲସର ବ୍ୟବହାର କରିବା, ଯାହାଦ୍ୱାରା ଓଠ ବଡ, ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ ।

୬- କେଶର ଉପଯୁକ୍ତ ବିନ୍ୟାସ କରିବା ବହୁତ ଜରୁରୀ ଅଟେ । କେଶକୁ ଆମେ ବିଭିନ୍ନ ପ୍ରକାରରେ ସଜାଇପାରିବା ତା’ପାଇଁ କେଶ ଭଲ ହେବା ଦରକାର ରୁକ୍ଷ କେଶରେ କିଛି ବି କରିବା ସମ୍ଭବ ନୁହଁ । କିଛି ଫେସ୍ କ୍ରିମ ଯଦି ଆମେ କେଶରେ ଲଗାଇବା ତ କେଶ ଚମକିବା ସହିତ କେଶର ରୁକ୍ଷତା ମଧ୍ୟ ଦୂର ହୋଇଥାଏ ।

ରୁକ୍ଷ କେଶ ପାଇଁ ସିରମ ଏବଂ ଜେଲ ମଧ୍ୟ ଆମେ ବ୍ୟବହାର କରିପାରିବା, ଏହାଦ୍ୱାରା ଚୁଟି ସେଟ୍ ହେବା ସହିତ, ଆମେ ଚୁଟିକୁ ଛାଡି ପାରିବା ଏବଂ ବିଭିନ୍ନ ଧରଣର ଷ୍ଟାଇଲ୍ ମଧ୍ୟ ଚୁଟିରେ କରିପାରିବା,ଯାହାକି ଆମର ସୈାନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ।

୭- କୈାଣସି ପାର୍ଟିକୁ ଯିବାର ଥିଲେ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ଶୀଘ୍ର ଶୀଘ୍ର ପୋଷାକ ବାଛିନେବା ଜରୁରୀ ଅଟେ । ପ୍ରଥମେ ପୋଷାକ ବାଛିନେଇ ତାପରେ ମେକଅପ କରିବା ଉଚିତ ।