ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା : ବିଶ୍ୱ ହତୃପିଣ୍ଡ ଦିବସରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ରହିଛି ଅଧିକ ବିପଦ

50

କନକ ବ୍ୟୁରୋ : ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା । ବିଶ୍ୱ ହତୃପିଣ୍ଡ ଦିବସରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ବୟସ ମାନୁନି ହୃଦଘାତ । ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥିବା ସର୍ଭେରୁ ଜଣାପଡିଛି । ବିଶେଷକରି ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଫଳରେ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ ପାଇଁ ବାଟ କଢାଉଛି । ୱାଲ୍ଡ ହାର୍ଟ ଫେଡେରେସନର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବର୍ଷକୁ ୧୭.୭ ନିୟୁତ ଲୋକ ହୃହଘାତରେ ମୃତ୍ୟୁ ବରଣ କରୁଛନ୍ତି । ଭାରତରେ ହୃଦଘାତ ଜନିତ ମୃତ୍ୟୁ ଉଦବେଗଜନକ ରହିଛି । ୧୯୯୦ରୁ ୨୦୧୬ ଗତ ୨୬ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୪ ପ୍ରତିଶତ ବଢିଛି । ଲକ୍ଷେ ଲୋକ ୨୦୯ ଜର ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି ।

ଆଶ୍ଚର୍ଯ୍ୟଜନକ ଭାବେ ରିପୋର୍ଟ କହୁଛି ମହିଳା ମାନଙ୍କ କ୍ଷେତ୍ରରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ପୃଷ୍ଟିକର ଖାଦ୍ୟର ଅଭାବ,ପରିବେଶ ପ୍ରଦୂଷଣ , ବିଶୃଙ୍ଖଳିତ ଜୀବନ ଶୈଳୀ ଯେମିତିକି ଧୂମପାନ ଓ ତମାଖୁ ସେବନ ଏବଂ ମୋଟାପଣ ଆଦି ହୃଦଘାତର କାରଣ ପାଲିଟିଛି । ସେହିପରି ଅତ୍ୟଧିକ କାମର ଚାପ ମଧ୍ୟ ଅନ୍ୟ ଏକ କାରଣ ବୋଲି ରିପୋର୍ଟ କହୁଛି । ସପ୍ତାହରେ ଯେଉଁମାନେ ୫୫ ଘଂଟାରୁ ଅଧିକ କାମ କରନ୍ତି ସେମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ୩୩ ପ୍ରତିଶତ ରହିଛି । ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିବା କର୍ମଜୀବୀଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଛି ।