ଗଞ୍ଜାମ ପୋଲସରାରେ ସିରିଜ୍ ବୋମାମାଡ । ୨ ଗୁରୁତର, ପୋଲିସର ଛାନଭିନ୍ ।

489

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପୋଲସରା ବସ୍‌ ଷ୍ଟାଣ୍ଡରେ ଶନିବାର ରାତି ଦୁର୍ବୃତ୍ତମାନଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଲୋକେ ବସ୍‌ରେ ଘରକୁ ଯିବା ପାଇଁ ବ୍ୟସ୍ତ ଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ବୋମା ମାଡ଼ କରିଛନ୍ତି । ସୂଚନା ଅନୁସାରେ ପୋଲସରାସ୍ଥିତ ବଜାର ଛକ ଓ ରାଣିପଡ଼ା ଛକରେ ଦୁର୍ବୃତ୍ତମାନେ ୨ଟି ବୋମା ଫିଙ୍ଗିଛନ୍ତି । ସେହିପରି ବାଲିଘାଇ ଛକରେ ମଧ୍ୟ ଗୋଟିଏ ବୋମା ମାଡ଼ କରିଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ କ୍ରମାଗତ ଭାବେ ୫ଟି ବୋମା ଫିଙ୍ଗି ଫେରାର ହୋଇଛନ୍ତି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ୨ ଜଣ ଗୁରୁତର ଅଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି ।