ଇଷ୍ଟର ପର୍ବ ସମୟରେ ଶ୍ରୀଲଙ୍କାରେ ସିରିଏଲ୍ ବ୍ଲାଷ୍ଟ୍ ! ତିନି ଚର୍ଚ୍ଚକୁ କରାଗଲା ଟାର୍ଗେଟ୍ ,୨୫ ମୃତ ୧୫୦ ରୁ ଅଧିକ ଆହତ ।

198

କୋଲମ୍ବୋ ଏବଂ ଶ୍ରୀଲଙ୍କାର ଅନେକ ଅଞ୍ଚଳରେ ଇଷ୍ଟର ପର୍ବ ସମୟରେ ବୋମା ବିସ୍ଫୋରଣର ଖବର ଆସିଛି । ରିପୋର୍ଟ ମୁତାବକ,ଶ୍ରୀଲଙ୍କାରେ ମୋଟ ୫ ଟି ଆକ୍ରମଣ ହୋଇଛି । ଯେଉଁଥିରେ ୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୫୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହେବାର ଖବର ଆସୁଛି ।

ଖବର ମୁତାବକ,କୋଚ୍ଚିକେଡ୍ ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଥିଲା । ଆଉ ଏକ ରିପୋର୍ଟରେ କୁହାଯାଇଛି କୋଚ୍ଚିକେଡରେ କୋଲମ୍ବୋରେ ସେଣ୍ଟ୍ ଏନ୍ଥୋନୀ ଚର୍ଚ୍ଚର ପରିସରରେ ଏକ ବିସ୍ଫୋଟର ସୁଚନା ମିଳିଥିଲା । ଶ୍ରୀଲଙ୍କା ରିପୋର୍ଟ ଅନୁସାରେ , ବଟିକାଲୋଆ,ନେଗୋମବୋ ଏବଂ କୋଲମ୍ବୋର ଅନେକ ଚର୍ଚ୍ଚ ଏବଂ ହୋଟେଲରେ ଶାଙ୍ଗରୀ ଲା ଏବଂ କିଙ୍ଗସବରୀ ସମେତ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି ।