ଏମିତି ବି ଆସେ ମୃତ୍ୟୁ ! ନାଗିନ୍ ଡ୍ୟାନ୍ସରେ ନାଚିଲେ , ଗାଇଲେ ଆଉ ଚିରଦିନ ପାଇଁ ଆଖି ବୁଜିଲେ ଯୁବକ , ଦେଖନ୍ତୁ ଭିଡିଓ

2,184

ମଧ୍ୟପ୍ରଦେଶର ସିବନୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଏଠାରେ ଗଣେଷ ବିସର୍ଜନ ସମୟରେ ପରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଭସାଣୀ ପରେ ପୂଜା ମଣ୍ଡପରେ ନାଗିନ୍ ଡ୍ୟାନ୍ସ କରିବା ପରେ ଜଣେ ଯୁବକଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ନାଚଗୀତର ଆସର ଭିତରେ ଏଭଳି ଏକ ଦୁଃଖଦ ଘଟଣା ଘଟିବା ସତରେ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା । ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତୁରନ୍ତ ପୋଲିସ୍ କୁ ଫୋନ୍ କରି ଏନେଇ ସୂଚନା ଦେଇଥିଲେ ।

ମଧ୍ୟପ୍ରଦେଶର କାଟିଆଁ ଗାଁରେ ଶ୍ରୀ ଗଣେଷଙ୍କ ଭସାଣୀ ସମୟରେ ନାଚଗୀତର ଆସର ଭିତରେ ଦୁଇ ଜଣ ଯୁବକ ନାଗିନ୍ ଡ୍ୟାନ୍ସ କରୁଥିଲେ । ତେବେ ଡ୍ୟାନ୍ସ କରୁଥିବା ସମୟରେ ଗୁରୁଚରଣ ନାମକ ଜଣେ ଯୁବକ ମୁଣ୍ଡତଳକୁ କଟି ପଲଟି ମାରୁଥିବା ସମୟରେ ହଠାତ୍ ଅଟକିଗଲେ ଏବଂ କେହି କିଛି ଭାବିବା ପୂର୍ବରୁ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ତେବେ ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

Comments are closed.