ମଧ୍ୟପ୍ରଦେଶର ସିବନୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଏଠାରେ ଗଣେଷ ବିସର୍ଜନ ସମୟରେ ପରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଭସାଣୀ ପରେ ପୂଜା ମଣ୍ଡପରେ ନାଗିନ୍ ଡ୍ୟାନ୍ସ କରିବା ପରେ ଜଣେ ଯୁବକଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ନାଚଗୀତର ଆସର ଭିତରେ ଏଭଳି ଏକ ଦୁଃଖଦ ଘଟଣା ଘଟିବା ସତରେ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା । ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତୁରନ୍ତ ପୋଲିସ୍ କୁ ଫୋନ୍ କରି ଏନେଇ ସୂଚନା ଦେଇଥିଲେ ।
मध्य प्रदेश के सिवनी में गणेश विसर्जन के बाद पंडाल में नागिन डांस करते हुए युवक की मौत #GaneshVisarjanpic.twitter.com/bWzxBBBbGO
— Manish Jha (@manishjha11) September 14, 2019
ମଧ୍ୟପ୍ରଦେଶର କାଟିଆଁ ଗାଁରେ ଶ୍ରୀ ଗଣେଷଙ୍କ ଭସାଣୀ ସମୟରେ ନାଚଗୀତର ଆସର ଭିତରେ ଦୁଇ ଜଣ ଯୁବକ ନାଗିନ୍ ଡ୍ୟାନ୍ସ କରୁଥିଲେ । ତେବେ ଡ୍ୟାନ୍ସ କରୁଥିବା ସମୟରେ ଗୁରୁଚରଣ ନାମକ ଜଣେ ଯୁବକ ମୁଣ୍ଡତଳକୁ କଟି ପଲଟି ମାରୁଥିବା ସମୟରେ ହଠାତ୍ ଅଟକିଗଲେ ଏବଂ କେହି କିଛି ଭାବିବା ପୂର୍ବରୁ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ତେବେ ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/dance_3.jpg)