ବିଜେପିରେ ମିଶିବେ ଅପରାଜିତା: ଦିଲ୍ଲୀରେ ଆଜି ଅମିତ ଶାହ ଘରେ ମିଶ୍ରଣ ପର୍ବ, ଡକ୍ୟୁମେଂଟାରୀ ମାଧ୍ୟମରେ ଦେଲେ ପ୍ରଥମ ବୟାନ

ଦୋହରାଇଲେ ‘ସବ୍ କା ସାଥ୍ ସବ୍ କା ବିକାଶ’ର ନାରା

137

କନକ ବ୍ୟୁରୋ: ଆଜି ବିଜେପିରେ ଯୋଗ ଦେବେ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ସୂଚନା ମିଳିଛି, ଦିଲ୍ଲୀରେ ଅମିତ ଶାହାଙ୍କ ଘରେ ବିଜେପିରେ ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ଏହି ପୂର୍ବତନ ବ୍ୟୁରୋକ୍ରାଟ । ଆଉ ଏହାରି ଭିତରେ ଅପରାଜିତାଙ୍କ ଉପରେ ଏକ ଡକ୍ୟୁମେଂଟାରୀ ଫିଲ୍ମ ସାମନାକୁ ଆସିଛି । ବିଜେପିରେ ଯୋଗ ଦେବା ନେଇ ସ୍ପଷ୍ଟ ହେବା ପରେ ଏହି ଡକ୍ୟୁମେଂଟାରୀ ମାଧ୍ୟମରେ ପ୍ରଥମ ବୟାନ ରଖିଛନ୍ତି ଅପରାଜିତା ।

ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍ କା ସାଥ୍ ସବ୍ କା ବିକାଶର ନାରାକୁ ସେ ଦୋହରାଇଛନ୍ତି । ଏହି ଡକ୍ୟୁମେଂଟାରୀ ହିଁ ସ୍ପଷ୍ଟ କରୁଛି, କିପରି ପୂରା ପ୍ରସ୍ତୁତିରେ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି ଅପରାଜିତା । ନିର୍ବାଚନ ମଇଦାନରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ ଅପରାଜିତା । ଏପରିକି ଯେଉଁ ନିର୍ବାଚନ ମଣ୍ଡଳୀର ସେ ପ୍ରତିନିଧିତ୍ୱ କରିବେ, ତାକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।

କେଉଁ ଭୂମିକାରେ ସେ ନିଜ ରାଜନୀତିର କ୍ୟାରିୟରକୁ ଆଗକୁ ନେବେ ଏ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିବା ବେଳେ ଏହି ଡକ୍ୟୁମେଂଟାରୀ ମାଧ୍ୟମରେ ନିଜ ଆଭିମୁଖ୍ୟ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଯେଉଁ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଆଇଏଏସ ଅଫିସର ଭାବେ ଅପରାଜିତାଙ୍କ ପୂରା ଯାତ୍ରାକୁ ଏଭଳି ଢଙ୍ଗରେ ଦେଖାଯାଇଛି ଯାହା ତାଙ୍କୁ ଆଗାମୀ ନିର୍ବାଚନରେ ମାଇଲେଜ ଦେବ । ଏପରିକି ଆଇଏଏସ ଅଫିସର ଭାବେ ପାଇଥିବା ସଫଳତାକୁ ରାଜନୀତି ମୈଦାନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି ଅପରାଜିତା । ଓଡିଶାର ଲୋକମାନେ ଭଲ ସରକାରକୁ ବେଶ ପସନ୍ଦ କରିବା ସହ ସମର୍ଥନ ମଧ୍ୟ କରିଥାନ୍ତି । ଆଉ ଏଭଳି କହି ଓଡିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ଅପରାଜିତା ।

ରାଜନୀତି ମୈଦାନରେ ଏଣ୍ଟ୍ରି ମାରିବା ପୂର୍ବରୁ ପୂରା ବ୍ଲୁ ପ୍ରସ୍ତୁତ କରି ସାରିଛନ୍ତି ଅପରାଜିତା । ଏପରିକି ଯେଉଁ ନିର୍ବାଚନମଣ୍ଡଳୀରୁ ସେ ଲଢିବେ ତାହା ପାଇଁ ପୂରା ଏଜେଣ୍ଡା ପ୍ରସ୍ତୁତ କରି ସାରିଛନ୍ତି ଅପରାଜିତା । କାରଣ ଯେଉଁ ନିର୍ବାଚନ ମଣ୍ଡଳୀର ସେ ପ୍ରତିନିଧିତ୍ୱ କରିବେ, ତାକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଭୋଟ ହେବା ପୂର୍ବରୁ ଜନତାଙ୍କୁ କିଭଳି ସ୍ୱପ୍ନ ଦେଖାଯାଏ ତାହା ନେତା ହେବା ପୂର୍ବରୁ ବେଶ ଭଲ ଭାବେ ପରଖି ନେଇଛନ୍ତି ଅପରାଜିତା ଷଡ଼ଙ୍ଗୀ ।