ସାବଧାନ ! ନୂଆ ଲେବଲ ଲଗାଇ ବଜାରରେ ବିକ୍ରି କରାଯାଉଛି ଏକ୍ସପାୟରୀ ଔଷଧ

ଲେବଲ ବଦଳାଇ ନୂଆ ଭାବେ ବିକ୍ରି ହେଉଛି ଏକ୍ସପାୟରୀ ଔଷଧ

75

ଔଷଧ ଏକ୍ସପାୟର ହୋଇଗଲା ପରେ ତାହାର ଉତ୍ପାଦନ ଓ ଏକ୍ସପାୟରୀ ତାରିଖ ଲିଭାଇ ନୂଆ ଭାବେ ବିକ୍ରି କରାଯାଉଛି । ଏହାକୁ ଗମ୍ଭୀର ବିବେଚନା କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ଏହି ମାମଲା ଉପରେ ଦୃଷ୍ଟିଗୋଚର କରିବାକୁ କହିଛନ୍ତି । ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଓ ନ୍ୟାୟମୂର୍ତ୍ତି ବି କେ ରାଓଙ୍କ ଖଣ୍ଡପୀଠ କହିଛନ୍ତି କି ମୁଖ୍ୟ ଭାବେ ଏହି ପ୍ରକାରର ଗତିବିଧି କୋଲକାତା ଓ ଅହମଦାବାଦରେ ଚାଲୁଛି । ଯେଉଁଠି ଏକ୍ସପାୟରୀ ହୋଇସାରିଥିବା ଔଷଧ ଉପରେ ନୂଆ ଟ୍ୟାଗ ଲଗାଇ ପୁଣି ଥରେ ଦିଲ୍ଲୀ ଦେଇ ଅନ୍ୟ ସ୍ଥାନକୁ ପଠାଯାଏ ।

କୋର୍ଟ କହିଛନ୍ତି କି, କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଏହା ଉପରେ ଆଖି ରଖିବାକୁ ହେବ । କୋର୍ଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଭାରତର ଔଷଧ ମହାନିୟନ୍ତ୍ରକଙ୍କୁ ନୋଟିସ ଜାରି କରିଛନ୍ତି । କୋର୍ଟ କହିଲେ କି, ଏହା ଏକ ଗମ୍ଭୀର ମାମଲା ଓ ଏହାର ଆସନ୍ତା ଶୁଣାଣି ୧୧ ମାର୍ଚ୍ଚକୁ ହେବ ।