ସ୍ୱାବଲମ୍ବୀ ହେବେ ମହିଳା କଏଦୀ । ସମ୍ବଲପୁର ମହିଳା ଜେଲରେ କଏଦୀଙ୍କୁ ଦିଆଯାଉଛି ହସ୍ତତନ୍ତ ତାଲିମ । ଦିନକୁ ୪୦ ଟଙ୍କା ରୋଜଗାର କରୁଛନ୍ତି କଏଦୀ

186

କନକ ବ୍ୟୁରୋ: ଜେଲ ସଂସ୍କାର ନୀତି ଅନୁସାରେ ଜେଲ ଭିତରେ ବିଭିନ୍ନ କାର୍ଯ୍ୟ ଚାଲିଛି । ବନ୍ଦୀ ଜିବନ ବିତାଇ ବାହାରକୁ ଆସିଲା ପରେ ଦୁନିଆରେ ସେମାନେ କିପରି ଦି ପଇସା ରୋଜଗାର କରି ବଂଚିପାରିବେ ତାକୁ ନେଇ ସମ୍ବଲପୁର ମହିଳା ବନ୍ଦୀ ନିକେତନରେ ଦିଆଯାଉଛି ତାଲିମ ।

ଏମିତି କିଛି ଆଶା ନେଇ ସମ୍ବଲପୁର ମହିଳା ଜେଲରେ କଏଦୀଙ୍କୁ ଦିଆଯାଉଛି ହସ୍ତଶିଳ୍ପ ପ୍ରଶିକ୍ଷଣ । ପଶ୍ଚିମ ଓଡିଶାର ଏକମାତ୍ର ମହିଳା ଜେଲରେ ଥିବା ମହିଳା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି କପଡାର ବ୍ୟାଗ୍, ମନି ପର୍ସ, ଡ୍ରେସ, ବେଡ ସିଟ୍, ତକିଆ ଖୋଳ, ଟିଭି କଭର୍, ୱାସିଂ ମେସିନ କଭର ସହ ଭଳିକି ଭଳି ଚାନ୍ଦୁଆ । ମ୍ବଲପୁର ମହିଳା ବନ୍ଦୀ ନିକେତନରେ ୮ ଜଣ ମହିଳା ବନ୍ଦୀ ଜୀବନ କାଟୁଛନ୍ତି । ୨୦ରୁ ଅଧିକ ଜଣ ବିଚାରଧିନ କଏଦୀ ଅଛନ୍ତି । ମହିଳା କଏଦୀ ସଜା କାଟି ଜେଲରୁ ବାହାରିବା ପରେ କିଭଳି ନିଜେ ରୋଜଗାର କରି ବଂଚିପାରିବେ ତାକୁ ନେଇ ଦିଆଯାଉଛି ଏହି ପ୍ରଶିକ୍ଷଣ । ଏଥିପାଇ ଜେଲ୍ କର୍ତୃପକ୍ଷ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପ୍ରତ୍ୟେକ ବହୁ ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି ମହିଳା କଏଦୀ ।

ମହିଳା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଜେଲ ଭିତରୁ କିଣି ନେଇଥାନ୍ତି ଗ୍ରାହକ । ବିଭିନ୍ନ ମେଳାରେ ମଧ୍ୟ ଏହି ସବୁ ସାମଗ୍ରୀର ଷ୍ଟଲ ପଡିଥାଏ । ଏଥିପାଇଁ ଦୈନିକ କଏଦୀଙ୍କୁ ସରକାର ପାଉଣା ଦେଇଥାନ୍ତି । ଜଣଙ୍କ ପିଛା ୪୦ ଟଂକା ଦିଆଯାଉଛି । ସେହି ଟଙ୍କାକୁ କଏଦୀଙ୍କ ବ୍ୟାଙ୍କ ଆକାଉଂଟେର ଜମା କରାଯାଏ । କିଛି କଏଦୀ ଟଂକା ଘରୁ ପଠାଇଥାନ୍ତି ବୋଲି ଜେଲ ସୁପରିଟେଣ୍ଡଟ କହିଛନ୍ତି ।