କଡ଼ାକଡ଼ି ଟ୍ରାଫିକ୍ କଟକଣା ଭିତରେ ଆରଟିଓଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ । ଲୋକଙ୍କୁ ହଇରାଣ ନକରନ୍ତୁ, ଦଲାଲଙ୍କ ଉପରେ ତୀକ୍ଷ୍ଣ ନଜର ରଖନ୍ତୁ ।

1,421

କନକ ବ୍ୟୁରୋ : ଓଡ଼ିଶାରେ କଡ଼ାକଡ଼ି ପାଳନ ହେଉଛି ନୂଆ ମୋଟର ଯାନ ନିୟମ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଖରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେଉଛି । କାହା ପାଖରେ ଲାଇସେନ୍ସ ନାହିଁ ତ ପୁଣି କାହା ଗାଡିର କାଗଜପତ୍ର ଠିକ୍ ନାହିଁ । ଏଥିପାଇଁ ଆରଟିଓ ଅଫିସରେ ଏବେ ହଜାର ହଜାର ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ଆଉ ଟ୍ରାଫିକ କଟକଣାର କୋକୁଆ ଭୟ ଭିତରେ ଆରଟିଓଙ୍କୁ ବଡ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ ।

ଲୋକଙ୍କୁ ହଇରାଣ ନକରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦଲାଲ୍ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ସଚିବ । ସେ କହିଛନ୍ତି, ଲୋକେ ହଇରାଣ ନହେବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଠାରୁ ଯେଉଁ ଫାଇନ୍ ଆଦାୟ ହେଉଛି, ସେଥିରେ କିଛି କରିହେବନାହିଁ ବୋଲି ସିଧା ସିଧା କହିଛନ୍ତି ପରିବହନ ସଚିବ । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିୟମକୁ ଆମେ ପାଳନ କରୁଛୁ । ନୂଆ ଟ୍ରାଫିକ ନିୟମ ସାରା ରାଜ୍ୟରେ ଲାଗୁ ହୋଇଛି । ଯାହାର ଡକ୍ୟୁମେଣ୍ଟ ନାହିଁ, ସେମାନେ ତୁରନ୍ତ ପ୍ରସ୍ତୁତ କରନ୍ତୁ ।